ଦେବଗଡ଼: ଦେବଗଡ଼ ଜିଲ୍ଲା ଅନ୍ତର୍ଗତ ବାରକୋଟ ବନାଞ୍ଚଳ ଠିଆନାଳ ଜଙ୍ଗଲ ପାର୍ଶ୍ୱରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ବାରକୋଟ ବନ ବିଭାଗ ୭ ଜଣଙ୍କୁ ଗିରଫ କରିଛି । ଏହା ସହିତ ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ମଧ୍ୟ ଜବତ ହୋଇଛି ।
ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣଙ୍କ ରାଜସ୍ଥାନ ଯୋଧପୁର ଜିଲ୍ଲାର ହୋଇଥିବା ବେଳେ ୪ ଜଣ ଦେବଗଡ଼ ଜିଲ୍ଲା ଏବଂ ଜଣେ ଅନୁଗୁଳ ଜିଲ୍ଲାର ଅଟନ୍ତି । ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ଯୋଧପୁର ଜିଲ୍ଲା ବିର୍ଲାଦା ଥାନା ଅଧିନସ୍ଥ ଲାମ୍ବା ଗ୍ରାମର ଅଶୋକ ବିଷ୍ଣୋଇ (୨୦ ) ଓ କପର୍ଦା ଥାନାର ରାମଦାୱାସ୍କଲ୍ଲାନ୍ ଗ୍ରାମର ଅଜୟପାଲ ବିଷ୍ଣୋଇ (୨୧) । ସେହିପରି ଦେଓଗଡ଼ ଜିଲ୍ଲା ବାରକୋଟ ଥାନା ରାଜମୁଣ୍ଡା ଗ୍ରାମର ମାନସିଂହବରୀ (୬୪), ଝରାବାହାଲ ଗ୍ରାମର ରମେଶ ଚନ୍ଦ୍ର ନାଏକ (୪୨ ) , ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା (୪୦ ) ଓ ଥିଆନାଲ ଗ୍ରାମର କର୍ମୁ ନାଏକ (୬୧) । ସେହିପରି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନ ସନବାଗଦାରୀ ଗ୍ରାମର ବୀରବର ନାହାକ (୫୨) ଗିରଫ ହୋଇଛନ୍ତି ।
ଗୁଳାବନ୍ଦ ଓରିଏଣ୍ଟାଲ୍ କ୍ୟାମ୍ପ ନିକଟସ୍ଥ ଜଙ୍ଗଲ ନିକଟରୁ ଏମାନଙ୍କୁ ଗିରଫ କରାଯାଇଛି । ଆଗାମି ଦିନରେ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି ବନ ବିଭାଗ ଅଧିକାରୀ କହିଥିବାବେଳେ ତଦନ୍ତ ଜାରି ରହିଛି ।