ଭୁୁବନେଶ୍ୱର: ଜାନୁଆରୀ ୧୫ ପରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଏପରିକି ମାର୍ଚ୍ଚ ୩୦ରେ ଆବେଦନ କଲେ ବି ହିତାଧିକାରୀଙ୍କୁ ଏକା ଥରକେ ୨ଟି କିସ୍ତିର ଟଙ୍କା ମିଳିବ ସେ କହିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ସର୍ଭେ ଅବଧି ଡିସେମ୍ବର ୩୦ ପରିବର୍ତ୍ତେ ଜାନୁଆରୀ ୧୫ ତାରିଖକୁ ବଢିଛି । ଏବେ ବ୍ୟାଙ୍କଗୁଡ଼ିକ ସହିତ ବୈଠକ ସରିଲାଣି। ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲି ଯାଞ୍ଚ କରୁଛନ୍ତି। ଜମି ୫ ଏକର ଅଛି କି ନାହିଁ ତାହାର ସର୍ଭେ ଜାନୁଆରୀ ୧୫ରେ ସରିବ । ଏପରିକି ମାର୍ଚ୍ଚ ୩୦ରେ ଆବେଦନ କଲେ ବି ହିତାଧିକାରୀଙ୍କୁ ଏକା ଥରକେ ୨ଟି କିସ୍ତିର ଟଙ୍କା ମିଳିବ ।
ସେ କହିଛନ୍ତି ପ୍ରଥମ କିସ୍ତି ମିଳିବାର ଶେଷ ତାରିଖ ମାର୍ଚ୍ଚ ୮ ଥିଲା । କିନ୍ତୁ ମାର୍ଚ୍ଚ ୩୦ ପରେ ଆବେଦନ କଲେ ବି ପ୍ରଥମ କିସ୍ତିର ଟଙ୍କା ମିଳିବ । ଗାଁର ଶେଷ ଯୋଗ୍ୟ ହିତାଧିକାରୀ ଆବେଦନ କଲା ଯାଏଁ ପଞ୍ଜୀକରଣ ଚାଲିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। ଏହା ମଧ୍ୟରୁ ୮୦,୨୯.୭୪୨୧ ଜଣଙ୍କ ଆବେଦନକୁ (ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ) ମଞ୍ଜୁର କରାଯାଇ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଇଛି।