ୟୁଏଇ ଆଇପିଏଲରେ ପ୍ରଥମରୁ କିଛିଟା ମ୍ୟାଚ ମିସ କରିପାରନ୍ତି ଦକ୍ଷିଣ ଆଫ୍ରିକା ଖେଳାଳି
Khabar Odisha:South-African-players-could-be-miss-first-phase-of-IPL
ନୂଆଦିଲ୍ଲୀ, ଜୁଲାଇ ୩୧ (ଖବର ଓଡ଼ିଶା):

ଏବି ଡିଭିଲିୟର୍ସ, ଡେଲ ଷ୍ଟେନଙ୍କ ସମେତ ନଅ ଜଣ ଦକ୍ଷିଣ ଆଫ୍ରିକାର ଖେଳାଳି ଯେଉଁମାନେ ଆଇପିଏଲ ୧୩ ତମ ସଂସ୍କରଣରେ ବିଭିନ୍ନ ପ୍ରାଂଚାଇଜ ପାଇଁ ଖେଳିବାକୁ ଥିଲେ ପ୍ରାରମ୍ଭରୁ କିଛିଟା ମ୍ୟାଚ ଖେଳି ପାରିବେନି ବୋଲି ସୂଚନା ମିଳିଛି । ମହାମାରୀ କରୋନା ପାଇଁ ଦକ୍ଷିଣ ଆଫ୍ରିକାର ବର୍ଡର ସମ୍ପୂର୍ଣ୍ଣ ଭାବେ ସିଲ ହୋଇଛି । ତେବେ ଏହି କଟକଣା ସେପ୍ଟେମ୍ବର ମାସରେ ସରିବା ପରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଆଇପିଏଲ ଖେଳିବାକୁ ଯୋଗଦେବେ । 

ପୂର୍ବରୁ ବହୁ ଦକ୍ଷିଣ ଆଫ୍ରିକାର ଖେଳାଳି ଯେଉଁମାନେ କାରବିୟାନ ପ୍ରମିୟର ଲିଗ ଖେଳିବା ନିମନ୍ତେ ଚୁକ୍ତିବଦ୍ଧ ହୋଇଥିଲେ ଏହି ସୀମା ସିଲ କାରଣରୁ ଟୁର୍ଣ୍ଣାମେଣ୍ଟ ଖେଳିବାରୁ ଓହରି ଯାଇଛନ୍ତି । କେବଳ ଜଣେ ଦକ୍ଷିଣ ଆଫ୍ରିକାର ଖେଳାଳି ଇମ୍ରାନ ତାହିର ପାକିସ୍ତାନରେ ଥିବାରୁ ସେ ସିପିଏଲରେ ଅଂଶଗ୍ରହଣ କରିବେ । ଏହି ସିପିଏଲ ଅଗଷ୍ଟ ୧୮ ରୁ ଆରମ୍ଭ ହେଉଛି ।

ତେବେ ତାହିର ଦେଶରୁ ବାହାରେ ଥିବାରୁ ସେ ଠିକ ସମୟରେ ଆଇପିଏଲରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଅଗଷ୍ଟ ୨ ତାରିଖରେ ଆଇପିଏଲ ଏବଂ ବିସିସିଆଇର ସଦସ୍ୟମାନେ ବସି ଆଇପିଏଲ ନିୟମାବଳୀ ଏବଂ ବିଦେଶୀ ଖେଳାଳିମାନେ କିପରି ଏଥିରେ ଅଂଶଗ୍ରହଣ କରିପାରିବେ ସେହି ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । 

ଆଇପିଏଲ୍ ୧୩ ଖେଳିବାକୁ ଚୁକ୍ତି କରିଥିବା ଦକ୍ଷିଣ ଆଫ୍ରିକାର ଖେଳାଳି - ଏବି ଡି ଭିଲିୟର୍ସ (ଆରସିବି), କ୍ୱିଣ୍ଟନ୍ ଡି କକ୍ (ମୁମ୍ବାଇ ଇଣ୍ଡିଆନ୍ସ), ଡେଲ୍ ଷ୍ଟେନ୍ (ଆରସିବି), କ୍ରିସ୍ ମୋରିସ୍ (ଆରସିବି), କାଗିସୋ ରାବାଡା (ଦିଲ୍ଲୀ କ୍ୟାପିଟାଲ), ଲୁଙ୍ଗି ନିଗିଡି (ସିଏସକେ), ଫାଫ୍ ଡୁ ପ୍ଲେସିସ୍ (ସିଏସକେ) , ଇମ୍ରାନ ତାହିର (ସିଏସକେ), ଡେଭିଡ ମିଲର (ରାଜସ୍ତାନ ରୟାଲ), ହାର୍ଡ଼ସ ଭିଲଜୋଏନ୍ (କିଙ୍ଗସ ଏକାଦଶ ପଂଜାବ) ।

  • Tags:

Subscribe

National International State Sports Entertainment