ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ସ୍ଥାପନ ହେବ ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ଜୀବନ୍ତ -ପ୍ରତିମୂର୍ତ୍ତି
Khabar Odisha:Sachin-Tendulkars-Life-size-Statue-to-be-Installed-at-Mumbais-Wankhede-Stadium
ଖବର ଓଡିଶା : 28/02/2023:

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଖୁବ ଶୀଘ୍ର ଭାରତୀୟ ଏବଂ ମୁମ୍ବାଇ କ୍ରିକେଟରେ ଅବଦାନ ପାଇଁ ସବୁଠାରୁ ବଡ ସମ୍ମାନ ପାଇବାକୁ ଯାଉଛନ୍ତି । ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ସଚ୍ଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ତିଆରି କରାଯିବ । ମୁମ୍ବାଇ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଅମୋଲ କାଲେ ଏକ ଗଣମାଧ୍ୟମରେ ଏକଥା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ,'ଭାରତ ରତ୍ନ ପାଇଥିବା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲିକର କ୍ରିକେଟ ପାଇଁ ବହୁତ କିଛି କରିଛନ୍ତି । କ୍ରିକେଟ ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତେବେ ଚଳିତ ବର୍ଷ ଏପ୍ରିଲ ୨୪  ରେ ସଚିନଙ୍କୁ ୫୦ ବର୍ଷ ପୂରଣ ହେଉଥିବା ବେଳେ ମୁମ୍ବାଇ କ୍ରିକେଟ ଆସୋସିଏସନ ପକ୍ଷରୁ ଏଇଟା ତାଙ୍କ ପାଇଁ ଛୋଟ ଉପହାର ସଦୃଶ ରହିବ ।

ସୂଚନା ମୁତାବକ ଏହି ମୂର୍ତ୍ତିର ଅନାବରଣ ଏପ୍ରିଲ ୨୩ ତାରିଖରେ କରାଯିବ । ଏପ୍ରିଲ ୨୩ରେ ସଚ୍ଚିନଙ୍କ ଜନ୍ମଦିନ ଅବସରରେ ତାଙ୍କର ଏହି ମୂର୍ତ୍ତି ଅନାବରଣ କରାଯିବ ନଚେତ ଚଳିତ ବର୍ଷ ହେବାକୁ ଥିବା ବିଶ୍ବକପରେ ଏହି ମୂର୍ତ୍ତି ଅନାବରଣ କରାଯିବ । ତେବେ ଏହି ମୂର୍ତ୍ତି ତିଆରି କରିବା ନେଇ ଅମୋଲ ସଚ୍ଚିନଙ୍କ ସହ ୩ ସପ୍ତାହ ତଳେ କଥା ହୋଇଥିବା ବେଳେ ସଚ୍ଚିନଙ୍କ ସହମତି ଏଥିରେ ମିଳି ଯାଇଥିଲା ।  ସାରା ଦେଶରେ କୌଣସି ବି କ୍ରିକେଟ୍ ଷ୍ଟାଡିୟମ୍  ରେ ପୂର୍ବରୁ ଏପରି ଜୀବନ୍ତ ଆକାରର ମୂର୍ତ୍ତି ନାହିଁ | ଏପର୍ଯ୍ୟନ୍ତ ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ୍ (ଭିସିଏ) ଷ୍ଟାଡିୟମରେ, ଆନ୍ଧ୍ରର ଭିଡିସିଏ ଷ୍ଟାଡିୟମରେ ଏବଂ ଇନ୍ଦୋରର ହୋଲକର ଷ୍ଟାଡିୟମରେ ପୂର୍ବତନ ଭାରତୀୟ ଅଧିନାୟକ କର୍ଣ୍ଣେଲ ସି.କେ ନାଇଡୁଙ୍କ କେବଳ ତିନୋଟି ପୃଥକ ପ୍ରତିମୂର୍ତ୍ତି ରହିଛି। 

ୱାଙ୍ଖଡେ ଷ୍ଟାଡିୟମରେ ସଚିନ ତେନ୍ଦୁଲକରଙ୍କ ନାମରେ ଏକ ଷ୍ଟାଣ୍ଡ ଅଛି, ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ନାମରେ ଏକ କର୍ପୋରେଟ ବକ୍ସ ଏବଂ ପୂର୍ବତନ ଅଧିନାୟକ ଦିଲୀପ ଭେଙ୍ଗସକରଙ୍କ ନାମରେ ମଧ୍ୟ ଅନ୍ୟ ଏକ ଷ୍ଟାଣ୍ଡ ଅଛି।

Subscribe

National International State Sports Entertainment