ମୁୁମ୍ବାଇ: ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଖ୍ୟାତାନାମା ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସଚିନ କହିଛନ୍ତି, ମୋତେ ତାଙ୍କ ସହ ସମୟ ବିତାଇବାର ସୌଭାଗ୍ୟ ମିଳିଛି, ମାତ୍ର ସେହି ଲକ୍ଷାଧିକ ଲୋକଙ୍କ ହୃଦୟରେ ସେହି ସମ୍ବେଦନା ରତନ ଟାଟାଙ୍କ ପ୍ରତି ରହିଛି, ଯେଉଁମାନେ କେବେ ବି ତାଙ୍କୁ ଭେଟି ପାରି ନାହାନ୍ତି । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର କହିଛନ୍ତି ଆପଣ ସର୍ବଦା ଜୀବିତ ରହିବେ, କାରଣ ଆପଣ ନିଜର ମାନବିକତା ମୂଲ୍ୟବୋଧ ସହ ଶିଳ୍ପଜଗତର ମାନଦଣ୍ଡ କାଏମ କରିଥିଲେ ।
ଭାରତ ରତ୍ନ ସଚିନ ତେନ୍ଦୁଲକର ନିଜର ଏକ୍ସରେ ଲେଖିଛନ୍ତି, ନିଜର ଜୀବନ ଓ ନିଧନରେ ରତନ ଟାଟା ପୁରା ଦେଶକୁ ଦୋହଲାଇ ଦେଇଛନ୍ତି । ମୋତେ ତାଙ୍କ ସହ ସମୟ ବିତାଇବାର ସୌଭାଗ୍ୟ ମିଳିଛି । ମାତ୍ର ଲକ୍ଷାଧିକ ଲୋକ ଯେଉଁମାନେ ତାଙ୍କୁ କେବେ ଭେଟି ନାହାନ୍ତି ସେମାନେ ମଧ୍ୟ ସେହି ପରି ଦୁଃଖ ଅନୁଭବ କରୁଥିବେ ଯେମିତି ମୁଁ ଆଜି ଅନୁଭବ କରୁଛି । ପଶୁପକ୍ଷୀଙ୍କ ପ୍ରତି ତାଙ୍କର ପ୍ରେମଠୁ ନେଇ ପରୋପକାର ପର୍ଯ୍ୟନ୍ତ ସେ ଦେଖାଇ ଦେଇଛନ୍ତି ଯେ, ପ୍ରକୃତି ପ୍ରଗତି ତେବେ ହାସଲ କରାଯାଇ ପାରିବ, ଯେବେ ଆମେ ସେହି ଲୋକଙ୍କ ଦେଖାଶୁଣା କରି ପାରିବା, ଯାହା ପାଖରେ ଚଳିବାର କୌଣସି ସାଧନ ନ ଥିବ । ଭଗବାନ ଆପଣଙ୍କୁ ନିଜର ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଟାଟା । ଆପଣଙ୍କ ବିରାସତ ଆପଣଙ୍କ ଦ୍ୱାରା ପ୍ରସ୍ତୁତ ସଂସ୍ଥା ଓ ଆପଣଙ୍କ ଦ୍ୱାରା ଆପଣା ଯାଇଥିବା ମୂଲ୍ୟବୋଧ ମାଧ୍ୟମରେ ଜୀବିତ ରହିବ ।
ମହାନ ବ୍ୟାଟର ସଚିନ ତେନ୍ଦୁଲକର ରତନ ଟାଟାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ବାସଭବନ ପହଞ୍ଚିଛନ୍ତି । ସୁଚନାଯୋଗ୍ୟ, ଗତକାଲି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରତନ ଟାଟାଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ ।