ରାଜସ୍ଥାନ: ରାଜସ୍ଥାନର ଶିକ୍ଷାନଗରୀ ଭାବେ ପରିଚିତ କୋଟା ଏବେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାର ହଟସ୍ପଟ ପାଲଟିଛନ୍ତି । କୋଟାରେ କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଏକ ଆତ୍ମହତ୍ୟାର ଘଟଣା ସାମ୍ନାକୁ ଆସିଛି । ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ବିହାରର ଜଣେ ୧୬ ବର୍ଷ ଛାତ୍ରଙ୍କ ମୃତଦେହ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆତ୍ମହତ୍ୟା ରୋକିବାକୁ ହଷ୍ଟେଲର ସମସ୍ତ କଠୋରୀରେ ଲାଗିଥିବା ପଙ୍ଖାରେ ଆଣ୍ଟି ହ୍ୟାଙ୍ଗିଙ୍ଗ ଡିଭାଇସ୍ ଲାଗିଛି । ଏହା ସ୍ୱତେ ଛାତ୍ର ଜଣକ ପଙ୍ଖାରେ କିଭଳି ଆତ୍ମହତ୍ୟା କଲେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୋଲିସ ଏହି କଠୋରୀରୁ କୌଣସି ସୁଇସାଇଡ ନୋଟ୍ ଜବତ କରିନାହିଁ । ତେବେ ଛାତ୍ର ଜଣକ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଏବେ ସୁଦ୍ଧା ଜଣାପଡିନାହିଁ ।
ମୃତ ଛାତ୍ର ଜଣକ ଯୁକ୍ତ ୨ ପ୍ରଥମ ବର୍ଷର ବୋଲି ଜଣାପଡିଛି । ବିହାରର ବୈଶାଳୀ ଜିଲ୍ଲାରେ ତାଙ୍କ ଘର ହୋଇଥିବା ବେଳେ, ସେ ଚଳିତ ବର୍ଷ ଏପ୍ରିଲରୁ କୋଟାରେ ରହି ଏକ ଘରୋଇ କୋଚିଂ ସେଣ୍ଟରରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିଲେ ।
ପୋଲିସର କହିବା ମୁତାବିକ ଛାତ୍ରଙ୍କ ପରିବାର ଶୁକ୍ରବାର ଦିନ ସାରା ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସେ ଫୋନ୍ ଉଠାଇନଥିଲେ, ପରେ ବାଧ୍ୟ ହୋଇ ହଷ୍ଟେଲ କର୍ତୃପକ୍ଷଙ୍କୁ ଜଣାଇଥିଲେ ପରିବାର ଲୋକେ । ଏହାପରେ ହଷ୍ଟେଲ କର୍ତୃପକ୍ଷ ଆସି ଛାତ୍ରଙ୍କୁ ହଷ୍ଟେଲ କଠୋରୀ ମଧ୍ୟରୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ । ତେବେ ଏହାକୁ ମିଶାଇ କୋଟାରେ ୨୦୨୪ ମସିହାରେ ୨୦ ଜଣଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି ।