ନୂଆଦିଲ୍ଲୀ: ରାମାୟଣ ଏବଂ ମହାଭାରତ ହେଉଛି ହିନ୍ଦୁଙ୍କ ଧର୍ମଗ୍ରନ୍ଥ। ଏହାର ଆଧାର ଭଗବାନଙ୍କ ନିକଟତର କରାଏ। ପ୍ରତି ସନାତନ ଧର୍ମୀଙ୍କ ଏହା ପୂଣ୍ୟ ଗ୍ରନ୍ଥ। ତେବେ । ତେବେ ଆମ ସନାତନ ଧର୍ମର ଏହି ବହୁମୂଲ୍ଯ ଧର୍ମଗ୍ରନ୍ଥ ରାମାୟଣ ଓ ମହାଭାରତ ଆରବୀୟ ଭାଷାରେ ପ୍ରକାଶ ପାଇଛି । ପୁସ୍ତକ ପ୍ରକାଶ କରିଛନ୍ତି ଅବଦୁଲଟେଫ ଆଲନେସେଫ । ଏହାକୁ ଅନୁବାଦ କରିଛନ୍ତି ଅବଦୁଲ୍ଲା ବରୁଣ। କୁଏତରେ ଉଭୟଙ୍କୁ ଭେଟିଲେ ପିଏମ୍ ମୋଦୀ । ଉଭୟଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଅନେକ ଖୁସି ବ୍ଯକ୍ତ କରିଛନ୍ତି।
ସୂଚନା ଯୋଗ୍ୟ ୨ ଦିନିଆ କୁଏତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ସେଠାରେ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । କୁଏତ ଏମିର (ରାଷ୍ଟ୍ରମୁଖ୍ୟ) ଶେଖ ମିଶାଲ ଅଲ-ଅହମ୍ମଦ- ଅଲ- ଜାବେର ଅଲ-ସବାହଙ୍କ ନିମନ୍ତ୍ରଣ ରକ୍ଷା କରି ମୋଦୀ ପ୍ରଥମ ଥର ପାଇଁ ଗଲ୍ପ ଦେଶକୁ ଗସ୍ତ କରିଛନ୍ତି । ସେଠାରେ କୁଏତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ୪୩ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଗଲ୍ଫ ଦେଶକୁ ଗସ୍ତ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କିଛି ଫଟୋ ସେୟାର କରାଯିବା ସହ କୁଏତରେ ପହଞ୍ଚିବା ନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଅଛି " କୁଏତରେ ଅବତରଣ କରିବା ପରେ ଭବ୍ୟ ସ୍ୱାଗତ କରାଯାଇଛି । ୪୩ବର୍ଷରେ ପ୍ରଥମ ଥର ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରିଛନ୍ତି, ଏବଂ ଏହା ନିଃସନ୍ଦେହ ଯେ ବିଭିନ୍ନ କ୍ଷେତ୍ରରେ ଭାରତ- କୁଏତ ବନ୍ଧୁତାକୁ ଏହା ଆହୁରି ମଜଭୁତ କରିବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୁଏତରେ ଲେବର କ୍ୟାମ୍ପ ବୁଲିବା ସହ ଭାରତୀୟ ଶ୍ରମିକଙ୍କୁ ଭେଟିବା ସମୟରେ ସ୍ନାକ୍ସ ଖାଇବା ସହ ଚା’ ମଧ୍ୟ ପିଇଥିଲେ ।