ସାଓ ପାଓଲୋ: ମିନାସ ଗେରାଇସ ରାଜ୍ୟର ଏକ ରାଜପଥରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଅନ୍ୟ ୭ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ବସ୍ର ଟାୟାର ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକ୍କୁ ଧକ୍କା ଦେଇଥିଲେ। ବସ୍ଟି ସାଓ ପାଓଲୋରୁ ବାହାରିଥିଲା ଏବଂ ଏଥିରେ ୪୫ ଜଣ ଯାତ୍ରୀ ଥିଲେ।
ମୃତକମାନଙ୍କ ମଧ୍ୟରେ ବସ୍ର ଚାଳକ ମଧ୍ୟ ଅଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଦୁର୍ଘଟଣା ପରେ ତିନି ଜଣ ଥିବା ଏକ କାର୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ସାମ୍ନା କରିଛି। କାର୍ଟି ଭୟଙ୍କର ଦୁର୍ଘଟଣାର ସାମ୍ନା କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତଥାପି ପ୍ରାଥମିକ ତଦନ୍ତ ଅନୁଯାୟୀ ବସ୍ର ଚକା ଫାଟିଥିବାରୁ ଏହାର ଚାଳକ ନିୟନ୍ତ୍ରଣ ହରାଇ ସାମ୍ନାରୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍କୁ ଧକ୍କା ଦେଇଥିଲେ। ଫରେନ୍ସିକ ତଦନ୍ତ ଘଟଣାର ସ୍ପଷ୍ଟ କରିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।
ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା’ସିଲଭା କହିଛନ୍ତି, ପୀଡିତଙ୍କ ପାଇଁ ସବୁ ପ୍ରକାରର ସହାୟତା ଯୋଗାଇଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଦୁର୍ଘଟଣା ପରେ ଫେଡେରାଲ ରାଜପଥ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା।