ଆଫ୍ରିକା ; ବିଶ୍ୱରେ ଭୟ ବଢାଇଲାଣି ଆଉ ଏକ ନୂଆ ଭାଇରସ । ଯାହାର ନାଁ ହେଉଛି ଡିଙ୍ଗା ଡିଙ୍ଗା । ଏହାର ଅର୍ଥ ହେଉଛି ନୃତ୍ୟ ପରି ଗତି କରିବା । ଆଉ ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଏହି ରୋଗ ମୁଖ୍ୟତଃ ଉଗାଣ୍ଡାର ବୁଣ୍ଡୁବୁଗୁ ଜିଲ୍ଲାର ମହିଳା ଏବଂ ଝିଅ ମାନଙ୍କୁ ପ୍ରଭାବିତ କରୁଛି । ଯାହା ଆଫ୍ରିକୀୟ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ।
ରିପୋର୍ଟ ଅନୁସାରେ, ଆଫ୍ରିକାରେ ଏହି ରୋଗ ପ୍ରଥମ ଥର ପାଇଁ ଦେଖାଦେଇଛି । ଏହି ରୋଗର ନାମ ଯେପରି ଅଜବ ଏହାର ଲକ୍ଷଣ ମଧ୍ୟ ଅଜବ । ଏହି ରୋଗରେ ପୀଡିତ ଲୋକମାନେ ଜ୍ୱର , ମୁଣ୍ଡବ୍ୟଥା , ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହିତ ଅଚେତ ମଧ୍ୟ ହୋଇପଡୁଛନ୍ତି । ଏହାସହ ପୀଡିତଙ୍କ ଠିଆ ହେବା ଚାଲିବା ପ୍ରାୟ ଅସମ୍ଭବ ହୋଇପଡୁଛି ।
ତେବେ ଏହି ରୋଗକୁ ରୋକିବା ପାଇଁ ଆବଶ୍ୟକୀୟ ଔଷଧ ଏବଂ ଟୀକା ମଧ୍ୟ ପ୍ରଦାନ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଆଣ୍ଟିବାୟୋଟିକ ଦେଇ ଏହାକୁ ନିୟନ୍ତ୍ରଣ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଂଚି ଅଧିକ ଗବେଷଣା ଜାରି ରଖିଛନ୍ତି ।
ଯଦିଓ ଏପର୍ଯ୍ୟନ୍ତ ଏହି ରୋଗରେ କେହି ମୃତାହତ ହୋଇନାହାନ୍ତି , ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଲୋକ ମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।