ନୂଆଦିଲ୍ଲୀ: ପାକିସ୍ତାନଠାରୁ ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର ବିକଶିତ କରିବା ଉପରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଭାରତ ପ୍ରତିକ୍ରିୟା ରଖିଛି। ଏରୋସ୍ପେସ୍ ଆଣ୍ଡ ଡିଫେନ୍ସ ଏଜେନ୍ସି, ନ୍ୟାସନାଲ ଡେଭଲପମେଣ୍ଟ କମ୍ପ୍ଲେକ୍ସ (ଏନଡିସି) ସମେତ ପାକିସ୍ତାନର ୪ଟି କମ୍ପାନୀକୁ ଆମେରିକା ନିଷିଦ୍ଧ କରିଛି। ତିନିଜଣ କରାଚିରେ ରହୁଥିବା ବେଳେ ଏନଡିସି ଇସଲାମାବାଦରେ ରହିଛି। ଭାରତର ନିରାପତ୍ତା ଉପରେ ପ୍ରଭାବ ପକାଉଥିବା ସମସ୍ତ ଘଟଣାଉପରେ ଭାରତ ତୀକ୍ଷ୍ଣ ନଜର ରଖି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଆମେ ଆମ ସୁରକ୍ଷାକୁ ଗମ୍ଭୀରତାର ସହ ନେଇଛୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ପାକିସ୍ତାନର ଦୀର୍ଘ ଦୂରତା ବିଶିଷ୍ଟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରିବାକୁ ମନା କରିବା ୱାଶିଂଟନର ପୁରୁଣା ନୀତି ବୋଲି ଆମେରିକା କହିଛି। ତେବେ ଏହା ଆମେରିକା ଓ ପାକିସ୍ତାନ ମଧ୍ୟରେ ସହଯୋଗକୁ ପ୍ରଭାବିତ କରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।
ଆମେରିକା ସମେତ ସମଗ୍ର ଦକ୍ଷିଣ ଏସିଆରେ ପାକିସ୍ତାନ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକଶିତ କରୁଛି, ଯାହା ଆମେରିକା ସମେତ ସମଗ୍ର ଦକ୍ଷିଣ ଏସିଆରେ ଆକ୍ରମଣ କରିବାରେ ସକ୍ଷମ ହେବ ବୋଲି ଗୁରୁବାର ହ୍ଵାଇଟ୍ ହାଉସ୍ର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି।
ଜୋ ବାଇଡେନ୍ ପ୍ରଶାସନ ଦୀର୍ଘ ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀର ବିକାଶକୁ ରୋକିବା ପାଇଁ ଅନେକ ପଦକ୍ଷେପ ନେଇଛି। ପାକିସ୍ତାନର ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ଅଣ-ପାକିସ୍ତାନୀ କମ୍ପାନିଙ୍କ ବିରୋଧରେ ଗତ ବର୍ଷ ଆମେ ପ୍ରତିବନ୍ଧକ ଲଗାଇଥିଲୁ ଏବଂ ଆମେରିକା ପାକିସ୍ତାନର ଦୀର୍ଘ ଦୂରତା କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ନେଇ ଚାପ ଜାରି ରଖିବ ଏବଂ ଏହାର ସମସ୍ୟାର ସମାଧାନ ପାଇଁ କୂଟନୈତିକ ସମାଧାନ ଖୋଜିବା ଜାରି ରଖିବ ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ସିଏନ୍ଜି ଟ୍ୟାଙ୍କର ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି