ଦୁବାଇ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକ ହରାଇ ଗ୍ରୁପ ଏର ପଏଣ୍ଟ ତାଲିକାରେ ଶୀର୍ଷରେ ରହିଛି । ଏହି ବିଜୟ ସହ ଭାରତ ସେମି ଫାଇନାଲରେ ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଭେଟିବ । ଭାରତ ଗ୍ରୁପ ପର୍ଯ୍ୟାୟରେ ନିଜର ସମସ୍ତ ମ୍ୟାଚରେ ବିଜୟ ଲାଭ କରିଛି ।
ଭାରତ ନ୍ୟୁଜିଲାଣ୍ଡ ପୂର୍ବରୁ ପାକିସ୍ତାନ ଓ ବାଂଲାଦେଶକୁ ୬ ୱିକେଟ୍ ରେ ପରାସ୍ତ କରିଥିଲା । ଅନ୍ୟପଟେ ଅଷ୍ଟ୍ରେଲିଆ ଗ୍ରୁପ ବିରେ ଦ୍ୱିତୀୟ ସ୍ଥାନରେ ରହିଛି । ତେଣୁ ମଙ୍ଗଳବାର ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ମାର୍ଚ୍ଚ ୪ ତାରିଖ ମଙ୍ଗଳବାର ଦିନ ଦୁବାଇରେ ଖେଳାଯିବ । ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ହିସାବରେ ଭାରତ ନିଜର ମ୍ୟାଚ୍ ଦୁବାଇରେ ଖେଳିବ । ଭାରତ ହାଇବ୍ରିଡ ମଡେଲ୍ ଆଧାରରେ ନିଜର ସମସ୍ତ ମ୍ୟାଚ୍ ବେଙ୍ଗାଲୁରୁରେ ଖେଳୁଛି ।
ଅନ୍ୟପଟେ ଦ୍ୱିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା । ଏହି ମୁକାବିଲା ୫ ତାରିଖ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ।
ଚାମ୍ପିଅନ୍ସ ଟ୍ରଫିରେ ପହଞ୍ଚିଥିବା ଟିମ୍
ଭାରତ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ
ଅଷ୍ଟ୍ରେଲିଆରେ ଭାରତର ସମ୍ଭାବିତ ଏକାଦଶ
ରୋହିତ ଶର୍ମା, ଅଧିନାୟକ, ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ୍, କେଏଲ ରାହୁଲ( ଅଷ୍ଟ୍ରେଲିଆ) ବିକ୍ଷରେ ମ୍ୟାଚ୍ ଖେଳିବ ।