ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଆଜି ଦୁବାଇରେ ଖେଳାଯିବ। ମ୍ୟାଚ୍ ପୂର୍ବରୁ ଭାରତର ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋସ୍ଚାଟ୍ କିୱି ବିପକ୍ଷ ମ୍ୟାଚ୍ ପାଇଁ ରଣନୀତି ଘୋଷଣା କରିଛନ୍ତି। ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ବୋଲିଂ ଲାଇନ୍ ଅପ୍କୁ ସତେଜ ଓ ଫିଟ୍ ରଖିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତର ସେମିଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୪ତାରିଖରେ ଦୁବାଇରେ ଖେଳାଯିବ ଏବଂ ଆଜିର ମ୍ୟାଚ୍ ପରେ ସେମାନେ ଅଷ୍ଟ୍ରେଲିଆ କିମ୍ବା ଦକ୍ଷିଣ ଆଫ୍ରିକାକୁ ଭେଟିବେ ତାହା ସ୍ପଷ୍ଟ ହେବ।
ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡୋସ୍ଚାଟେ କହିଛନ୍ତି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ବିଜୟ ହାସଲ କରିବା ଉପରେ ଦଳର ଫୋକସ୍ ରହିଛି। ତେବେ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ବୋଲରଙ୍କୁ ସମ୍ପୂର୍ଣ୍ଣ ଫିଟ୍ ରଖିବା ମଧ୍ୟ ଦଳ ପାଇଁ ପ୍ରାଥମିକତା।
ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ ଯାହା ଚାହୁଁଛୁ ତାହା ହେଉଛି ସେମିଫାଇନାଲ୍ ମ୍ୟାଚ୍ ପାଇଁ ସମସ୍ତ ଖେଳାଳି ଫିଟ୍ ଓ ସୁସ୍ଥ ରୁହନ୍ତୁ। କିନ୍ତୁ ଆମେ ଚାହୁଁନାହୁଁ ଯେ ଖେଳାଳିମାନେ ଆଉ ୨ ଦିନ ବିଶ୍ରାମ ନିଅନ୍ତୁ। ତେଣୁ ଦଳରେ ଭଲ ସନ୍ତୁଳନ ସୃଷ୍ଟି କରିବା ପାଇଁ ଆମେ ବୋଲିଂ ଲାଇନ୍ ଅପ୍ରେ କିଛି ପରିବର୍ତ୍ତନ କରିପାରିବା। ଆମେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିବାକୁ ଚାହୁଁଛୁ। ଗ୍ରୁପ୍ର ଶୀର୍ଷରେ ରହିବା ଏବଂ ବିଜୟ ଧାରା ବଜାୟ ରଖିବା ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ। ଦଳର ସନ୍ତୁଳନ ଉପରେ ବିଚାର କରାଯିବ।
ଅନେକ ବୋଲରଙ୍କୁ ବ୍ୟବହାର କରାଯିବ। କୌଣସି ଭାରତୀୟ ବୋଲର ପୂରା ୧୦ ଓଭର ବୋଲିଂ କରିପାରିବେ ନାହିଁ ବୋଲି ରିୟାନ୍ ଟେନ୍ ଡୋସ୍ଚାଟ୍ ମଧ୍ୟ ସଙ୍କେତ ଦେଇଛନ୍ତି। ସେମାନଙ୍କୁ ସେମିଫାଇନାଲପାଇଁ ଫିଟ୍ ରଖିବା ପାଇଁ ଏପରି କରାଯାଇପାରେ। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଇନିଂସରେ ଯଦି ଟିମ୍ ଇଣ୍ଡିଆକୁ ବୋଲିଂ କରିବାକୁ ପଡ଼େ ଏବଂ ମାତ୍ର ୩୬ ଘଣ୍ଟା ପରେ ସେମିଫାଇନାଲରେ ବୋଲରମାନଙ୍କୁ ପ୍ରଥମେ ବୋଲିଂ କରିବାକୁ ପଡ଼ିବ, ତେବେ ଖେଳାଳିମାନେ ବହୁତ ଥକିଯିବେ।
ସମ୍ଭାବିତ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଲୋକେଶ ରାହୁଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସାମି, ଅର୍ଶଦୀପ ସିଂହ, ରବୀନ୍ଦ୍ର ଜାଡେଜା, ବରୁଣ ଚକ୍ରବର୍ତ୍ତୀ।
ସମ୍ଭାବିତ ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ମାଇକେଲ ବ୍ରେସୱେଲ, ମାର୍କ ଚାପମ୍ୟାନ, ଡେଭୋନ କନୱେ, ଲକି ଫର୍ଗୁସନ, ମ୍ୟାଟ୍ ହେନରି, ଟମ୍ ଲାଥାମ୍, ଡାରିଲ୍ ମିଚେଲ୍, ୱିଲ୍ ଓ'ଡ୍ରିସ୍କଲ୍, ଗ୍ଲେନ୍ ଫିଲିପ୍ସ, ରାଚିନ୍ ରବୀନ୍ଦ୍ର, ନାଥନ୍ ସ୍ମିଥ୍, କେନ୍ ୱିଲିୟମସନ୍, ୱିଲ୍ ୟଙ୍ଗ୍, ଜାକବ୍ ଡଫି।