ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ମୀରାବାଈ ଚାନୁ ନିଜ ସ୍ଥାନ ପକ୍କା କରିଛନ୍ତି। ସୋମବାର ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଥାଇଲାଣ୍ଡରେ ଚାଲିଥିବା ଆଇଡବ୍ଲ୍ୟୁଏଫ୍ ବିଶ୍ୱକପ୍ରେ ମହିଳା ୪୯ କେଜି ଗ୍ରୁପ୍ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୂଚନାଯୋଗ୍ୟ ଛଅ ମାସ ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଚାନୁ ମୋଟ ୧୮୪କେଜି ଭାର ଉତ୍ତୋଳନ କରିଥିଲେ। ଏହା ହେଉଛି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଫାଇନାଲ ଏବଂ ବାଧ୍ୟତାମୂଳକ ଟୁର୍ଣ୍ଣାମେଣ୍ଟ। ଇଭେଣ୍ଟ ଶେଷ କରିବା ସହସ ପ୍ୟାରିସ ଅଲିମ୍ପିକ୍ସ ପାଇଁ ସେ ସମସ୍ତ ମାନଦଣ୍ଡ ପୂରଣ କରିଛନ୍ତି।
କ୍ୱାଲିଫିକେଶନ ର଼୍ୟାଙ୍କିଙ୍ଗରେ ଚାଇନାର ଜିଆ ହୁଇହୁଆଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ବିଶ୍ୱକପ୍ ଶେଷରେ କ୍ୱାଲିଫିକେଶନ ପାଇଁ ବିଧିବଦ୍ଧ ଘୋଷଣା ହେବ। ସେତେବେଳେ ଓକ୍ୟୁଆର୍ ଅପ୍ଡେଟ୍ ହେବ। ପ୍ରତ୍ୟେକ ଓଜନ ଶ୍ରେଣୀରୁ ଶ୍ରେଷ୍ଠ ୧୦ ଲିଫ୍ଟର ପ୍ୟାରିିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଚାନୁ ଗତଥର ସେପ୍ଟେମ୍ବରରେ ଏସିଆନ ଗେମ୍ସରେ ଭାଗ ନେଇଥିଲେ। ସେତେବେଳେ ତାଙ୍କ ଶରୀରରେ ସମସ୍ୟା ଦେଖାଦେବାରୁ ଶ୍ରେଷ୍ଠ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ୫ କ୍ଲିନ ଲିଫ୍ଟ କରିବାରେ ସକ୍ଷମ ହୋଇଥିଲେ।