ବିଶାଖାପାଟଣା: ମହିଳା ବିଶ୍ୱକପ୍-୨୦୨୫ର ୧୩ତମ ମ୍ୟାଚ୍ ଆଜି ଭାରତ ଏବଂ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯିବ। ଏହା ଟିମ୍ ଇଣ୍ଡିଆର ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଏବଂ ସବୁଠାରୁ କଷ୍ଟକର ମ୍ୟାଚ୍। ପୂର୍ବ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ହାରିବା ପରେ ହରମନପ୍ରୀତ କୌର ଏବଂ ତାଙ୍କ ଦଳ ଉପରେ ଚାପ ବଢ଼ିବ। ଅନ୍ୟପକ୍ଷରେ ଆଲିସା ହିଲିଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ବହୁତ ଶକ୍ତିଶାଳୀ ଦେଖାଯାଉଛି। ଦଳ ଗୋଟିଏ ବି ମ୍ୟାଚ୍ ହାରିନାହିଁ। ଅଷ୍ଟ୍ରେଲିଆର ହେଡ୍-ଟୁ-ହେଡ୍ ରେକର୍ଡ ମଧ୍ୟ ଭଲ।
ମହିଳା ବିଶ୍ୱକପ୍ ୨୦୨୫ରେ ଶନିବାର ଇଂଲଣ୍ଡ ଶ୍ରୀଲଙ୍କାକୁ ୮୯ ରନ୍ରେ ପରାସ୍ତ କରି ଇଂଲଣ୍ଡ ପଏଣ୍ଟ ଟେବୁଲ୍ରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ୍ ବାତିଲ ହେବା ପରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ରୁ ଦୁଇଟି ବିଜୟ ସହିତ ଦ୍ୱିତୀୟ ସ୍ଥାନରେ ଅଛି, ପାଞ୍ଚ ପଏଣ୍ଟ ସହିତ। ଭାରତୀୟ ମହିଳା କ୍ରିକେଟ୍ ଦଳ ଚାରି ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି। ତିନିଟି ମ୍ୟାଚ୍ରୁ ଦୁଇଟି ବିଜୟ ଏବଂ ଗୋଟିଏ ପରାଜୟବରଣ କରିଛି ଭାରତୀୟ ଟିମ୍।
ମହିଳା ଦିନିକିଆ ବିଶ୍ୱକପରେ ଅଷ୍ଟ୍ରେଲିଆ ସର୍ବାଧିକ ୭ଥର ଟାଇଟଲ ହାସଲ କରିଛି। ଇଂଲଣ୍ଡ ତିନୋଟି ଏବଂ ନ୍ୟୁଜିଲାଣ୍ଡ ଥରେ ଜିତିଛି। ଭାରତୀୟ ମହିଳା ଦଳ ଦୁଇଥର ଫାଇନାଲରେ ପହଞ୍ଚିଛି। କିନ୍ତୁ ଉଭୟ ଥର ଟାଇଟଲ ଜିତିବାର ସ୍ୱପ୍ନ ଭାଙ୍ଗି ଯାଇଛି।
ଭାରତୀୟ ମହିଳା ବନାମ ଅଷ୍ଟ୍ରେଲିଆ ମହିଳା ହେଡ୍-ଟୁ-ହେଡ୍
ମୋଟ ମ୍ୟାଚ୍: ୫୯
ଭାରତ ବିଜୟୀ: ୧୧
ଅଷ୍ଟ୍ରେଲିଆ ବିଜୟୀ: ୪୮
ଭାରତୀୟ ମହିଳା କ୍ରିକେଟ୍ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ମଧ୍ୟରେ ୬୦ତମ ଦିନିକିଆ ମ୍ୟାଚ୍ ଆଜି ଖେଳାଯିବ। ଅଷ୍ଟ୍ରେଲିଆ ଦିନିକିଆ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଆଜିର ମ୍ୟାଚ୍ ଅପରାହ୍ନ ୩ଟାରେ ଆରମ୍ଭ ହେବ। ଟସ୍ ଅପରାହ୍ନ ୨ଟା ୩୦ ଟାରେ ହେବ। ମ୍ୟାଚ୍ ବିଶାଖାପାଟଣାରେ ଅନୁଷ୍ଠିତ ହେବ।
ଅଧିକ ପଢ଼ନ୍ତୁ: ଜଣେ ଅଭିଯୁକ୍ତକୁ ଅଧା ଏନକାଉଣ୍ଟର କଲା ପୁଲିସ