ଭଦ୍ରକ: ପୋଲିସ ASI ନିଲମ୍ବିତ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ ପାଇଁ ନିଲମ୍ବିତ ହୋଇଥିବା ସୂଚନା ରହିଛି । ନିଲମ୍ବିତ ASI ହେଉଛନ୍ତି ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସୁଶାନ୍ତ କୁମାର ନାୟକ । ସେ ପ୍ରାୟ 2 ବର୍ଷ ହେଲା ଟାଉନ ଥାନାରେ କାର୍ଯ୍ୟ କରୁଥିଲେ ହେଲେ, ତାଙ୍କ କାର୍ଯ୍ୟ ସନ୍ତୋଷଜନକ ନ ଥିଲା ।
ଏପରିକି ପୋଲିସ ସେବା ଓ କାର୍ଯ୍ୟକୁ ସେ ଠିକ ଭାବରେ ସମ୍ପାଦନ କରୁ ନଥିବାରୁ ଟାଉନ ଥାନା ଅଧିକାରୀ ତାଙ୍କୁ ବିଭିନ୍ନ ସମୟରେ ତାଗିଦ କରିଥିଲେ । ସେ ନିଜର କର୍ତ୍ତବ୍ୟକୁ ଠିକ ଭାବରେ କରୁ ନ ଥିବାରୁ ଥାନା ଅଧିକାରୀ ଭଦ୍ରକ ଏସପିଙ୍କ ଏ ସମ୍ପର୍କ ରେ ଜଣାଇଥିଲେ । ଶେଷରେ ଭଦ୍ରକ ଏସପି ମନୋଜ ରାଉତ ତାଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରିଥିବା ଭଦ୍ରକ ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।