କାମାକ୍ଷାନଗର : ଦିନକୁ ଦିନ ବଢିଚାଲିଛି ଲୁଟେରା ମାନଙ୍କ ଆତଙ୍କ। ଦିନ ଦ୍ଵିପ୍ରହରେ ଆତଙ୍କ ଖେଳାଉଛନ୍ତି ଏହି ଲୁଟେରା ଗ୍ୟାଙ୍ଗ। ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଇବୋଲ ପଂଚାୟତ କଙ୍କଣା ଗାଁରେ ଲୁଟ ଘଟଣା। ଲୁଟ କରିବା ଉଦେଶ୍ୟରେ ଫାର୍ମ ହାଉସରେ ପଶି ମାଲିକଙ୍କୁ ଆକ୍ରମଣ କରାଯାଇଛି। ବନ୍ଧୁକ ଦେଖାଇ ଫାର୍ମ ହାଉସ ମାଲିକଙ୍କୁ ଡ଼ରାଇବା ସହିତ ଟଙ୍କା ଓ ଆସବାବପତ୍ର ଲୁଟିନେଲେ ଦୁର୍ବୃତ୍ତ।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ନରେନ୍ଦ୍ର ସାହୁ ଫାର୍ମ ହାଉସରେ କୌଣସି କାମ କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ହଠାତ ଫାର୍ମ ହାଉସ ଭିତରକୁ ପଶିଥିଲେ। ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୪୦ ହଜାର ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଯାଇଥିଲେ। ଏହାପରେ ନରେନ୍ଦ୍ର ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ କିଛି ଦୁର୍ବୃତ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାସହିତ ଏହି ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛି।