ବଲାଙ୍ଗୀର: ଶୌଚାଳୟରେ ପଡିଛି ମଣିଷର କଙ୍କାଳ । ଏହିଭଳି ଗୋଟିଏ ଅଘଟଣ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ସେଠାରେ ଥିବା ଏକ ପୁରୁଣା ଶୌଚାଳୟରେ ପଡି ରହିଛି କଙ୍କାଳ । ଏହି ଦୃଶ୍ୟ ଦେଖିବା ପରେ ଗ୍ରାମବାସୀ ମାନେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କଙ୍କାଳ ଦୁଇଟି କାହାର ସେ ନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟ ଅନୁସାରେ, ରବିବାର ସକାଳୁ କିଛି ଗ୍ରାମବାସୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହା ଦେଖିବାକୁ ପାଇଥିଲେ । ଏ ଘଟଣା ପ୍ରକାଶ ପାଇବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଦେଖିବା ସହ ପାଟଣାଗଡ଼ ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଠି ସନ୍ଦେହ କରାଯାଉଛି ଯେ କଙ୍କାଳ ଦୁଇଟି ଶିଶୁଙ୍କର । ତେବେ ଏ ନେଇ ପୋଲିସ ଅଧିକ ତଦନ୍ତ କରୁଥିବାର ଜଣାପଡିଛି ।
ଅଧିକ ପଢନ୍ତୁ: ତାଲିବାନ ସହ ଉତ୍ତେଜନା ପରେ ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନକଭିଙ୍କ ଧମକ