ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ଶତକ ହାସଲ କରିଛନ୍ତି । ଏକ ଚମତ୍କାର ଇନିଂସ ଖେଳି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଁଚାଇଛନ୍ତି । ଏହା ସହିତ ଗିଲ୍ ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।
ଶୁବମନ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୩୦ ଓଭରରେ ପଞ୍ଚମ ବଲରେ ତିନି ରନ୍ ନେଇ ଶତକ ହାସଲ କରିଥିଲେ ଏବଂ ୧୨୯ ରନରେ ଅପରାଜିତ ରହି ପାଳି ଘୋଷଣା କରିଥିଲେ । ଅଧିନାୟକ ଭାବରେ ୧୨ତମ ଟେଷ୍ଟ ମ୍ୟାଚରେ ୯ମ ଶତକ ହାସଲ କରିଛନ୍ତି । କେବଳ ଏଲିଷ୍ଟେୟର କୁକ (୯ଟି) ଏବଂ ସୁନୀଲ ଗାବାସ୍କର (୧୦ଟି) ମ୍ୟାଚରେ ଅଧିନାୟକ ଭାବରେ ୫ଟି ଶତକ ହାସଲ କରିଥିଲେ । ଏହା ସହିତ ଗୋଟିଏ କ୍ରୀଡ଼ା ବର୍ଷରେ ସେ ୫ଟି ଶତକ ମାରିଛନ୍ତି । ଏହି ରେକର୍ଡ କେବଳ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାମରେ ରହିଛି । କୋହଲି ଲଗାତର ୨୦୧୭ ଏବଂ ୨୦୧୮ରେ ୫ଟି ଲେଖାଏଁ ଶତକ ମାରିଥିଲେ ।
ସେହିପରି ଶୁବମନ ଆଉ ଏକ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡଞଉ) ରେ ସବୁଠାରୁ ଅଧିକ ଶତକ ମାରିଥିବା ଭାରତୀୟ କ୍ରିକେଟର୍ ହୋଇଛନ୍ତି । ଏହି ରେକର୍ଡରେ ରୋହିତ ଶର୍ମାଙ୍କୁ ପଛରେ ପକାଇଛନ୍ତି । ଡବ୍ଲ୍ୟୁଟିସିରେ ଶୁବମନ ଦିଲ୍ଲୀ ଟେଷ୍ଟକୁ ମିଶାଇ ୩୯ଟି ଟେଷ୍ଟ ମ୍ୟାଚରେ ୨,୭୫୭ ରନ୍ ହାସଲ କରିଛନ୍ତି । ହାରାହାରି ୪୨.୪୧ ରନ୍ କରିଛନ୍ତି । ତାଙ୍କ ସର୍ବାଧିକ ସ୍କୋର୍ ରହିଛି ୨୬୯, ଯେଉଁଥିରେ ୯ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ସାମିଲ ରହିଛି ।
ଶୁବମନ ରନରେ ମଧ୍ୟ ବିରାଟକୁ ପଛରେ ପକାଇ ଦେଇଛନ୍ତି । ଡବ୍ଲ୍ୟୁଟିସିରେ କୋହଲି ୪୬ଟି ଟେଷ୍ଟ ମ୍ୟାଚରେ ୨,୬୧୭ ରନ୍ କରିଛନ୍ତି । ସର୍ବାଧିକ ୨୫୪ ରନ୍ କରି ଅପରାଜିତ ଥିଲେ ।