ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦
Khabar Odisha:India-vs-New-Zealand-first-T20-match-today-Hardik-Pandya-to-lead-India-squad-in-the-three-match-series
ଖବର ଓଡିଶା : 27/01/2023:

ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ଟି-୨୦ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ରାଞ୍ଚିରେ ଖେଳାଯିବ ମ୍ୟାଚ୍ । ଟି-୨୦ ବିଶ୍ୱକପ୍ ପରେ ଏପର୍ଯ୍ୟନ୍ତ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ କୌଣସି ସିରିଜ୍ ହାରିନାହିଁ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ଏହି ଧାରା ବଜାର ରଖିବା ପାଇଁ ଚେଷ୍ଟା କରିବ ଦଳ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଜିତିଥିବାରୁ ଟି-୨୦ ସିରିଜ୍  କବଜା ଲକ୍ଷ୍ୟରେ ମଧ୍ୟ ରହିଛି ଭାରତୀୟ ଦଳ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ୨୨ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏଥିରୁ ଭାରତ ୧୦ଟି ଜିତିଥିବା ବେଳେ କିୱି ଦଳ ଜିତିଛି ୯ଟି ମ୍ୟାଚ୍ । ତେବେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୩ଟି ମ୍ୟାଚ୍ ରଦ୍ଦ ହୋଇଥିଲା ।

Subscribe

National International State Sports Entertainment