ନୂଆଦିଲ୍ଲୀ: ପହଲଗାମ ଆକ୍ରମଣରେ ସମ୍ପୃକ୍ତଥିବା ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରାଯାଇଛି । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୩ ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି । ଯେଉଁମାନେ ଆତଙ୍କବାଦୀଙ୍କ ବିଷୟରେ ଅଧିକାରୀଙ୍କୁ ସୂଚନା ଦେବେ ସେମାନଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ଏହା ସହିତ ସେମାନଙ୍କ ପରିଚୟକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି କୁହାଯାଇଛି ।
ଏପ୍ରିଲ ୨୨ ତାରିଖରେ ଜମ୍ମୁ କାଶ୍ମୀରର ପହଲଗାମରେ ପର୍ଯ୍ୟଟକମାନେ ବୁଲୁ ଥିବା ବେଳେ ଧର୍ମ ପଚାରି ସେମାନଙ୍କୁ ନର ସଂହାର କରାଯାଇଥିଲା । ଯେଉଁଥିରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣରେ ୨ ଜଣ ପାକିସ୍ତାନୀ ଏବଂ ଜଣେ ସ୍ଥାନୀୟ ଆତଙ୍କବାଦୀ ସମ୍ପୃକ୍ତି ଥିବା ଗୁଇନ୍ଦା ବିଭାଗ ତଦନ୍ତରୁ ସ୍ପଷ୍ଟ କରିଛି । ପ୍ରଥମେ ତିନି ଜଣଙ୍କ ସ୍କେଚ୍ ଜାରି କରିଥିଲା । ଏବେ ସେମାନଙ୍କ ଫଟୋ ଜାରି କରାଯାଇଛି । ଘଟଣା ପରଠାରୁ ଏମାନଙ୍କ ବିରୁଦ୍ଧରେ କୌଣସି ସୂଚନା ମିଳି ପାରି ନାହିଁ ।
ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଭାରତୀୟ ସେନା ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେରେ ୯ ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଛି । ଏହା ସହିତ ପାକିସ୍ତାନର ଏକାଧିକ ଏୟାର ବେସ୍ ଏବଂ ରାଡାର୍ ସିଷ୍ଟମକୁ ସମ୍ପୂର୍ଣ୍ଣ ଅକାମୀ କରି ଦେଇଛି ।