ନୂଆପଡ଼ା: ପୁଣି ବାଘ ଆତଙ୍କ । ସୋମବାର ବିଳମ୍ବିତ ରାତିରେ ନୂଆପଡ଼ା ବନାଞ୍ଚଳ ଧରମବନ୍ଧା ବିଟ୍ ଚୁଲାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁରେ କଲରାପତରିଆ ବାଘ ଆତଙ୍କ ଖେଳିଯାଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ବାଘ ଆତଙ୍କ ଖେଳି ଯାଇଛି ।
ସୂଚନା ଅନୁସାରେ, ସୋମବାର ରାତିରେ ପଣ୍ଡରିପାଣି ଗାଁର ମୁଞ୍ଚୁ ରାଉତ ଗୁହାଳରେ ଗାଈକୁ ବାନ୍ଧିଥିଲେ। ପରେ ପରିବାରଲୋକେ ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ କଲରାପତରିଆ ବାଘ ତାଙ୍କ ଗୁହାଳ ଘରେ ପଶି ଗାଈକୁ ଆକ୍ରମଣ କରିଥିଲା। ଗାଈ ଜୋରରେ ବୋବାଇରୁ ପରିବାର ଲୋକେ ଶୁଣି ଉଠି ଗୁହାଳେ ଦେଖିଲାବେଳକୁ ଗାଈକୁ ବାଘ ଆକ୍ରମଣ କରିଥିଲା । ଲୋକଙ୍କ ପାଟି ଶୁଣି ବାଘ ଗାଈକୁ ଛାଡି ଜଙ୍ଗଲକୁ ପଳାଇଥିଲା । କିନ୍ତୁ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ, ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଅଭିଯୋଗ ମଧ୍ୟ ହୋଇଛି ।