ବେଗୁନିଆ: ହୁତୁହୁତୁ ହୋଇ ଜଳିଲା ଦୋକାନ। ଦୋକାନ ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ବାପା ଓ ପୁଅ। ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସାନପଦର ଗାଁରେ ଏଭଳି ଅଘଟଣ ଘଟିଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହିତ ବାପା,ପୁଅଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ସାନପଦର ବଜାରରେ ମୃତ ବ୍ୟକ୍ତିଙ୍କର ଏକ ଚା ଦୋକାନ ସହ ଭେରାଇଟି ଷ୍ଟୋର କରିଥିଲେ। ପ୍ରତିଦିନ ଉଭୟ ବାପପୁଅ ଦୋକାନ ବନ୍ଦ କରି ରାତିରେ ସେଠି ଶୁଅନ୍ତି। ଗତକାଲି ରାତିରେ ମଧ୍ୟ ଉଭୟ ଦୋକାନ ଭିତରେ ଶୋଇଥିଲେ। ହଠାତ ସେଇ ସମୟରେ କୌଣସି କାରଣରୁ ଦୋକାନ ଭିତରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଉଭୟ ଶୋଇଥିବାରୁ ଦୋକାନ ଭିତରେ ହିଁ ଦୁଇଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅଧିକ ପଢନ୍ତୁ ; ଗରିଆପାଲି ଟ୍ରିପଲ୍ ମର୍ଡର ଘଟଣାର ଅଭିଯୁକ୍ତ ମୃତ