ନୂଆଦିଲ୍ଲୀ; ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ଏବେ ପାକ ହ୍ୟାକର ମାନେ ତଥ୍ୟ ନେବା ପାଇଁ କରୁଛନ୍ତି ଯୋଜନା । ଅପରେସନ ସିନ୍ଦୁର ବିଷୟରେ ଜାଣିବା ପାଇଁ ସାଇବର ଠକ ମାନେ ସକ୍ରିୟ ହୋଇପଡ଼ିଛନ୍ତି । ସାଧାରଣ ଲୋକ ଏବଂ ସାମ୍ବାଦିକମାନଙ୍କୁ ସ୍ପାଇକ କଲ ଜରିଆରେ କରୁଛନ୍ତି ଟାର୍ଗେଟ । ଏଥିପାଇଁ ସେମାନେ ହ୍ୱାଟସପ ନମ୍ବର ମଧ୍ୟ ସେୟାର କରିଛନ୍ତି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାଧାରଣ ଲୋକ ବିଶେଷକରି ସାମ୍ବାଦିକମାନଙ୍କୁ ସତର୍କ କରିଦିଆଯାଇଛି ।
ଏଥିରେ ଉଲ୍ଲେଖ କରାଯାଇଛି ଯେ ପାକିସ୍ତାନୀ ହ୍ୟାକର ମାନେ ହ୍ୱାଟସପ ନମ୍ବର ୭୩୪୦୯୧୧୦୭୨ ମାଧ୍ୟମରେ ବିଭିନ୍ନ ବାର୍ତ୍ତା ପଠଉଛନ୍ତି । ଏହି କଲରେ ନିଜକୁ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିକାରୀ କହି ସାମ୍ବାଦିକଙ୍କଠାରୁ ଅପରେସନ ସିନ୍ଦୁରର ତଥ୍ୟ ନେବା ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ପାକିସ୍ତାନୀ ହ୍ୟାକରଙ୍କ ପ୍ରତି ସତର୍କ ରହିବା ସହ କୌଣଷି ତଥ୍ୟ ସେୟାର ନକରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଲୟ ପକ୍ଷରୁ ଦେଶବାସୀଙ୍କୁ ଅନୁରୋଧ କରାଯାଇଛି ।