ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସଞ୍ଜୀବ ଖନ୍ନା ମଙ୍ଗଳବାର କାର୍ଯ୍ୟରୁ ଅବସର ନେଇଛନ୍ତି । ସୁପ୍ରିମକୋର୍ଟରେ ଆଜି ତାଙ୍କର ଶେଷ ଦିବସ ରହିଥିଲା । ସେ ନିଜର ସହକର୍ମୀଙ୍କ ଠାରୁ ବିଦାୟ ନେବାବେଳେ କେମିତି ନିଜର ଭାବନାକୁ ପରିପ୍ରକାଶ କରିବେ ଚିନ୍ତିତ ହୋଇଥିଲେ । ତଥାପି ପ୍ରଧାନ ବିଚାରପତି କହିଛନ୍ତି, ଜନତାଙ୍କ ବିଶ୍ୱାସ ହାସଲ କରାଯାଇ ପାରେ ନାହିଁ, ତାକୁ କମାଇବାକୁ ପଡ଼େ ଏବଂ ସର୍ବୋଚ୍ଚ ଅଦାଲତ ତାହାକୁ କରିକି ଦେଖାଇଛନ୍ତି ।
ସଞ୍ଜୀବ ଖନ୍ନା ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କହିଛନ୍ତି, "ମୁଁ ନିର୍ବାକ । ମୁଁ ଅନେକ ସ୍ମୃତି ବହନ କରୁଛି । ଥରେ ଆପଣ ଜଣେ ଓକିଲ ହୋଇଗଲେ, ଆପଣ ଜଣେ ଓକିଲ ହୋଇ ରହିଯାଆନ୍ତି । ନ୍ୟାୟପାଳିକା ଉପରେ ସାଧାରଣରେ ଯେଉଁ ବିଶ୍ୱାସ ରହିଛି ତାହାକୁ ହାସଲ କରାଯାଇ ପାରିବ ନାହିଁ ଏବଂ ଏହାକୁ ଅର୍ଜନ କରିବାକୁ ପଡିବ । ନ୍ୟାୟପାଳିକା ହେଉଛି ଏକ ସାଧାରଣ ଶବ୍ଦ ଯାହା ବେଞ୍ଚ ଏବଂ ବାରକୁ ପ୍ରତିନିଧିତ୍ୱ କରେ । ବାର ହେଉଛି ବିବେକ ରକ୍ଷକ ବୋଲି କହିଛନ୍ତି ବିଚାରପତି ଖନ୍ନା । ସେ ତାଙ୍କର ପରବର୍ତ୍ତୀ ବିଚାରପତି ବିଆର୍ ଗବାଇଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ବିଆର୍ ଗବାଇ ତାଙ୍କୁ ସବୁବେଳେ ସମର୍ଥନ କରୁଥିଲେ ବୋଲି ସଞ୍ଜୀବ ଖନ୍ନା କହିଛନ୍ତି । ଆପଣଙ୍କୁ ଜଣେ ଉଚ୍ଚ କୋଟିର ପ୍ରଧାନ ବିଚାରପତି ମିଳିବେ ବୋଲି କହିଛନ୍ତି ସଞ୍ଜୀବ ଖନ୍ନା ।
ସଞ୍ଜୀବ ଖନ୍ନା ଦୀର୍ଘ ୨୦ ବର୍ଷ ଧରି ବିଚାରପତି ଦାୟିତ୍ୱ ସମ୍ଭାଳିଛନ୍ତି । ୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଥମ ଅତିରିକ୍ତ ବିଚାରପତି ଦାୟିତ୍ୱ ନିର୍ବାହ କରିଛନ୍ତି । ୨୦୧୯ରେ ସେ ସୁପ୍ରିମକୋର୍ଟ ବିଚାରପତିଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ଗତବର୍ଷ ନଭେମ୍ବର ମାସରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ପାଇଛନ୍ତି ।