ଉତ୍ତରାଖଣ୍ତର ପବିତ୍ର ତୀର୍ଥସ୍ଥଳ କେଦାରନାଥ ଧାମରେ ତୀର୍ଥଯାତ୍ରୀଙ୍କ ପାଇଁ ବଡ ଖବର ଆସିଛି । ଏବେ କେଦାରନାଥରେ ଏକକାଳୀନ ୩୦ ହଜାର ଯାତ୍ରୀ ରହିପାରିବେ । ଏହି ସୁବିଧା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ, ଗଢ଼ୱାଲ ମଣ୍ଡଳ ବିକାଶ ନିଗମ (GMVN), ସ୍ଥାନୀୟ ଯୁବକ ଏବଂ ପୋଲିସର ମିଳିତ ପ୍ରୟାସରେ ସମ୍ଭବ ହୋଇପାରିଛି । କ୍ରମାଗତ ଭାବରେ ଯାତ୍ରୀଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତି ନିଆଯାଇଛି ।
ଗଢ଼ୱାଲ ମଣ୍ଡଳ ବିକାଶ ନିଗମ ପକ୍ଷରୁ ଏପର୍ଯ୍ୟନ୍ତ ୨,୨୯୫ଟି ତମ୍ବୁ ସ୍ଥାପନ କରାଯାଇଛି, ଯେଉଁଥିରେ ୮,୦୦୦ ତୀର୍ଥଯାତ୍ରୀଙ୍କ ରହିବାର କ୍ଷମତା ରହିଛି। ଏହା ସହିତ ଆଉ ୧,୦୦୦ରୁ ଅଧିକ ତମ୍ବୁ ସ୍ଥାପନ କରିବାର ଯୋଜନା ରଖିଛି ଏହି ସଂସ୍ଥା । ପ୍ରତିକୂଳ ପାଗ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଲକ୍ଷରେ ରଖି ଏହି ତମ୍ୱୁ ଗୁଡିକକୁ ପ୍ରସ୍ତୁତ କରାଯାଇଛି, ଯାହାଫଳରେ ତୀର୍ଥଯାତ୍ରୀମାନେ କୌଣସି ପ୍ରକାରର କ୍ଷତି ଯେପରି ନହେବ ।
ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ଲକ୍ଷ୍ୟରେ, ସେମାନେ ତମ୍ବୁ ସ୍ଥାପନ, ପରିଚାଳନା ଏବଂ ତୀର୍ଥଯାତ୍ରୀଙ୍କ ସେବାରେ ନିୟୋଜିତ କରାଯାଇଛି । ଏହା ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ବେଳେ, ତୀର୍ଥଯାତ୍ରୀମାନେ ମଧ୍ୟ ଉତ୍ତମ ସେବା ପାଉଛନ୍ତି। ଘୋଡ଼ା GMVN ଦ୍ୱାରା ତିଆରି କରାଯାଇଥିବା ତମ୍ବୁ ଭଡା ପ୍ରତି ବ୍ୟକ୍ତି ପାଇଁ ୫୦୦ ଟଙ୍କା ସ୍ଥିର କରାଯାଇଛି। ଘରୋଇ ଟେଣ୍ଟ ଅପରେଟରଙ୍କ ଟେଣ୍ଟର ମୂଲ୍ୟ ୮୦୦ ଟଙ୍କାରୁ ୮,୪୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ, ଯେଉଁଥିରେ ସୁବିଧା ଅନୁସାରେ ଭଡା ସ୍ଥିର କରାଯାଏ। ଶୌଚାଳୟ ଏବଂ ଗାଧୋଇବା ସୁବିଧା ଥିବା ତମ୍ବୁଗୁଡ଼ିକର ମୂଲ୍ୟ ଅଧିକ।
ତମ୍ବୁ ବ୍ୟବସ୍ଥାର ଗୁଣବତ୍ତା, ଭଡା ନିୟନ୍ତ୍ରଣ ଏବଂ ପରିଷ୍କାର ପରିଚ୍ଛନ୍ନତା ଉପରେ କଡ଼ା ନଜର ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଯେକୌଣସି ପ୍ରକାରର ଅଭିଯୋଗ ପାଇଁ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି।