ନୂଆଦିଲ୍ଲୀ: ରାଇଜିଂ ଷ୍ଟାର ଏସିଆ କପ୍ ୨୦୨୫ ପାଇଁ ଇଣ୍ଡିଆ ଏ ଟିମ୍ ଘୋଷଣା କରାଯାଇଛି । ଜାତୀୟ ପୁରୁଷ ଚୟନ କମିଟି ୧୫ ଜଣିଆ ଦଳ ଚୟନ କରିଛନ୍ତି । କାତାରର ଦୋହାରେ ଏହି ଟୁର୍ଣ୍ଣାମେଣ୍ଟ ନଭେମ୍ବ ର ୧୪ରୁ ନଭେମ୍ବର ୨୩ ପର୍ଯ୍ୟନ୍ତ ଆୟୋଜିତ ହେବ । ଦଳର ଅଧିନାୟକ ଭାବେ ଜିତେଶ ଶର୍ମାଙ୍କୁ ନିଯୁକ୍ତ କରାଯାଇଛି । ନମନ ଧୀରଙ୍କୁ ଉପ ଅଧିନାୟକ କରାଯାଇଛି । ୧୫ ଜଣିଆ ଦଳ ସହ ଚୟନକର୍ତ୍ତା ୫ ଖେଳାଳିଙ୍କୁ ଷ୍ଟାଣ୍ଡବାଇ ଭାବେ ରଖିଛନ୍ତି ।
ଇଣ୍ଡିଆ ଏ ଟିମକୁ ରାଇଜିଂ ଷ୍ଟାର୍ସ ଏସିଆ କପ୍ ୨୦୨୫ର ଗ୍ରୁପ ବିରେ ରଖାଯାଇଛି । ଏଥିରେ ଓମାନ, ୟୁଏଇ ଓ ପାକିସ୍ତାନ ଦଳ ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ପୂର୍ଣ୍ଣ ସଦସ୍ୟ ଦେଶର ଏ ଟିମ୍ ଭାଗ ନେବେ ଏବଂ ଆସୋସିଏଟ ଦେଶର ମୁଖ୍ୟ ଦଳ ଏଥିରେ ଅଂଶଗ୍ରହଣ କରିବେ । ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ଏ ଟିମ୍ ଖେଳିବେ ଏବଂ ଓମାନ, ୟୁଏଇ ଓ ନେପାଳର ମୁଖ୍ୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ।
ଘୋଷିତ ଭାରତୀୟ ଏ ଦଳରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଦୁଇ ଜଣ ଖେଳାଳି ଅଛନ୍ତି । ଏଥିରୁ ଜଣେ ଅଧିନାୟକ ଜିତେଶ ଶର୍ମା ଏବଂ ଅଲରାଉଣ୍ଡର ରମଣଦୀପ ସିଂ । ଏହା ବାଦ ଅନ୍ୟ କୌଣସି ଖେଳାଳିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଅନୁଭବ ନାହିଁ ।
ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତୀୟ ଏ ଦଳ
ପ୍ରିୟାଂଶ ଆର୍ଯ୍ୟ, ବୈଭବ ସୂର୍ଯ୍ୟବଂଶୀ, ନେହଲ ବଢେରା, ନମନ ଧୀର(ଉପ ଅଧିନାୟକ), ସୂର୍ଯ୍ୟାଂଶ ଶେଡଗେ, ଜିତେଶ ଶର୍ମା(ଅଧିନାୟକ/ୱିକେଟ୍ କିପର), ରମଣଦୀପ ସିଂ, ହର୍ଷ ଦୁବେ, ଆଶୁତୋଷ ଶର୍ମା, ୟଶ ଠାକୁର, ଗୁରଜପନୀତ ସିଂ, ବିଜୟ କୁମାର ବୈଶ୍ୟ, ଯୁଦ୍ଧବୀର ସିଂ ଚରକ, ଅଭିଷେକ ପୋରେଲ(ୱିକେଟ୍ କିପର) ଓ ସୂୟଶ ଶର୍ମା ।
୫ ଷ୍ଟାଣ୍ଡବାଇ ଖେଳାଳି- ଗୁରନୁର ସିଂ ବରାଡ, କୁମାର କୁଶାଗ୍ର, ତନୁଷ କୋଟିୟାନ, ସମୀର ରିଜଭୀ ଓ ଶେକ ରଶିଦ ।
Also read: ରୋହିତଙ୍କ ପରି ଦଶା ଭୋଗିବେ ହରମନପ୍ରୀତ ? ବିଶ୍ୱକପ ଜିତିବା ପରେ ଅଧିନାୟକରୁ ହଟାଇବାକୁ ଦାବି