ମୁମ୍ବାଇ: ଆଇପିଏଲ୍ ୨୦୨୬ ଆରମ୍ଭ ହୋଇ ସାରିଛି । ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଛି । ବେଶ ଧମାକାଦାର ଭାବେ ବେଙ୍ଗାଲୁରୁ ଏହି ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଆଉ ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଏହି ମୁକାବିଲା ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ୍ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି ।
ଏହି ଖେଳାଳିଙ୍କ ଉପରେ ସଭିଙ୍କ ନଜର
ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ଲାଇନ ଅପ ଦେଶ ସୁଦୃଢ ରହିଛି । ସଭିଙ୍କ ନଜର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା ଓ ରୋହିତ ଶର୍ମାଙ୍କ ଉପରେ ରହିବ । ଅନ୍ୟପଟେ କେକେଆରର ଫିନ ଆଲେନ, ଟିମ୍ ସେଇଫର୍ଟ, କ୍ୟାମେରୁନ ଗ୍ରୀନ ଓ ଆଜିଙ୍କ୍ୟ ରାହାଣେଙ୍କ ଉପରେ ନଜର ରହିବ । ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ମଙ୍ଗ ସମ୍ଭାଳିଥିବା ବେଳେ କେକେଆରର ଅଧିନାୟକ ଦାୟିତ୍ୱ ରହିଛି ଆଜିଙ୍କ୍ୟ ରାହାଣେଙ୍କ ଉପରେ ।
ୱାଙ୍ଖେଡେର ପିଚ୍ ରିପୋର୍ଟ
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମର ପିଚ୍ ବ୍ୟାଟରଙ୍କ ପାଇଁ ଭୂସ୍ୱର୍ଗ । ଏହି ପିଚରେ ବୋଲରଙ୍କ ଖୁବ ଧୁଲେଇ ହୁଏ । ଏଠାରେ ଯେ କୌଣସି ବିଶାଳ ସ୍କୋର ବି ପିଛା କରାଯାଏ । ଏମିତିରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ପାରନ୍ତି । ଉଭୟ ଦଳରେ ଅନେକ ବିସ୍ଫୋରକ ବ୍ୟାଟର ଅଛନ୍ତି । ତେଣୁ ମ୍ୟାଚ୍ ହାଇସ୍କୋରିଂ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ମୁମ୍ବାଇର ସମ୍ଭାବିତ ଏକାଦଶ
ରୋହିତ ଶର୍ମା, କ୍ୱିଣ୍ଟନ ଡିକକ(ୱିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଶରଫେନ ରଦରଫୋର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱିଲ ଜ୍ୟାକତ୍ତ୍ୱ/ କର୍ବିନ ବୋଶ, ନମନଧୀର, ଦୀପକ ଚହର, ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ।
ଇମ୍ପାକ୍ଟ ପ୍ଲେୟାର- ମୟଙ୍କ ମାରକଣ୍ଡେ
କୋଲକାତାର ସମ୍ଭାବିତ ଏକାଦଶ
ଫିନ ଆଲେନ, ଟିମ୍ ସେଇଫର୍ଟ(ୱିକେଟ୍ କିପର), ଆଜିଙ୍କ୍ୟ ରାହାଣେ(ଅଧିନାୟକ), କ୍ୟାମେରୁନ ଗ୍ରୀନ, ରିଙ୍କୁ ସିଂ, ନମନଦୀପ ସିଂ, ସୁନୀଲ ନାରିନ, ଅଙ୍କୁଲ ରୟ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ଓ ଉମରାନ ମଲିକ ।
ଇମ୍ପାକ୍ଟ ପ୍ଲେୟାର- ଅଙ୍ଗକୃଷ ରଘୁବଂଶୀ କିମ୍ବା କାର୍ତ୍ତିକ ତ୍ୟାଗୀ