ମୁମ୍ବାଇ: ଭାରତୀୟ ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ହାର୍ଦ୍ଦିକ କେବେ ନିଜ ଲୁକ୍ କୁ ନେଇ ତ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଖବରରେ ରହିଥାଆନ୍ତି । ଏଥର ହାର୍ଦ୍ଦିକ ତାଙ୍କର କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି । ମୁମ୍ବାଇସ୍ଥିତ ୱାଙ୍ଖଡ଼େ ଷ୍ଟାଡିୟମର ପ୍ରତ୍ୟେକ ଗ୍ରାଉଣ୍ଡ ଷ୍ଟାପ୍ କର୍ମଚାରୀଙ୍କୁ ୧୦ ଲକ୍ଷ ଲେଖାଏଁ ଟଙ୍କାର ଚେକ୍ ବାଣ୍ଟିଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା ଟି-ଟ୍ୱେଣ୍ଟି ବିଶ୍ୱ କପ୍ ସମୟରେ ଅଧିକ ସମୟ ୱାଙ୍ଖଡ଼େ ଷ୍ଟାଡିୟମରେ ବିତାଉଥିଲେ । ବିଳମ୍ବିତ ରାତି ଯାଏଁ ସେ ସେଠାରେ ଅଭ୍ୟାସ କରନ୍ତି, କର୍ମଚାରୀମାନେ ତାଙ୍କୁ ବହୁତ ସହଯୋଗ କରନ୍ତି । ଏହି ସମୟରେ ଷ୍ଟାଡିୟମରେ ଥିବା କର୍ମଚାରୀଙ୍କୁ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଯେତେବେଳେ ପୁଣି ଥରେ ଏଠାକୁ ଫେରିବେ ସମସ୍ତଙ୍କୁ ଉପହାର ଦେବେ ।
ଆଉ ହାର୍ଦ୍ଦିକ ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି । ହାର୍ଦ୍ଦିକ ନିଜେ ୱାଙ୍ଖଡ଼େ ଷ୍ଟାଡିୟମ ପହଁଚି ବ୍ୟକ୍ତିଗତଭାବେ ସମସ୍ତଙ୍କୁ ଭେଟି ୧୦ ଲକ୍ଷ ଲେଖାଏଁ ଟଙ୍କା ଦେଇଛନ୍ତି । ଏହା ସହିତ ଉପହାର ମଧ୍ୟ ଦେଇଛନ୍ତି । ସେହି ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ହାର୍ଦ୍ଦିକଙ୍କୁ ପ୍ରଶଂସାର ସୁଅ ଛୁଟିଛି ।
ହାର୍ଦ୍ଦିକ ବିଶ୍ୱ କପରେ ଦମଦାର ପ୍ରଦର୍ଶନ କରିଥିଲେ । ସେ ମୋଟ ୯ଟି ମ୍ୟାଚରେ ୨ଟି ଅର୍ଦ୍ଧ ଶତକ ସହିତ ୨୧୯ ରନ କରିଥିଲେ । ଏହା ସହିତ ୯ଟି ୱିକେଟ୍ ହାସଲ କରିଥିଲେ ।