ରାଜଗିର: ବିହାରର ରାଜଗିରରେ ମହିଳା ଏସିଆନ ଚାମ୍ପିୟନ୍ସ ଟ୍ରଫି ଖେଳାଯାଉଛି, ଯାହାର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ଏହି ମ୍ୟାଚ୍ରେ ଭାରତ ଓ ଚୀନ ମୁହାଁମୁହିଁ ହେବେ। ଚାମ୍ପିୟନ୍ସ ଟ୍ରଫିର କିଛି ସପ୍ତାହ ପୂର୍ବରୁ ସଲିମା ଟେଟେଙ୍କୁ ଦଳର ନୂତନ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ନେତୃତ୍ୱରେ ସେ ଟିମ୍ ଇଣ୍ଡିଆକୁ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚାଇ ସାରିଛନ୍ତି। ସେମିଫାଇନାଲରେ ଭାରତ ଜାପାନକୁ ୨-୦ ଗୋଲରେ ପରାସ୍ତ କରି ଟାଇଟଲ ମୁକାବିଲାରେ ପ୍ରବେଶ କରିଛି। ଏବେ ଅଧିନାୟିକା ସଲିମା ଟେଟେ ବିହାରରେ ଐତିହାସିକ ଟୁର୍ଣ୍ଣାମେଣ୍ଟ ଏବଂ ଭାରତର ଫାଇନାଲରେ ପହଞ୍ଚିବା ନେଇ ଖୁସି ବ୍ୟକ୍ତ କରିଛନ୍ତି।
ଅଧିନାୟକ ସଲିମା ଟେଟେ ଫାଇନାଲରେ ପହଞ୍ଚିବା ପରେ ଖୁସି ବ୍ୟକ୍ତ କରିବା ସହ ଟାଇଟଲ ଜିତିବା ପାଇଁ ଦଳ ଯଥାସମ୍ଭବ ଚେଷ୍ଟା କରିବ ବୋଲି କହିଛନ୍ତି। କ୍ୟାପଟେନ୍ ବିହାର ସରକାରଙ୍କ ବ୍ୟବସ୍ଥାକୁ ପ୍ରଶଂସା କରିବା ସହ ରାଜ୍ୟର ଝିଅମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ। ରାଜଗିରରେ ନିର୍ମିତ ଏହି କ୍ରୀଡ଼ା କମ୍ପ୍ଲେକ୍ସ ବିହାରରେ କ୍ରୀଡ଼ାର ଏକ ନୂତନ ଯୁଗର ମୂଳଦୁଆ ପକାଇଛି ବୋଲି ଅଧିନାୟକ କହିଛନ୍ତି।
ବୁଧବାର ଭାରତ ଓ ଚୀନ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତ ଓ ଚୀନ୍ ବ୍ୟତୀତ ଦକ୍ଷିଣ କୋରିଆ, ମାଲେସିଆ, ଜାପାନ ଓ ଥାଇଲାଣ୍ଡ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ। ଏହା ଆଶ୍ଚର୍ଯ୍ୟଜନକ ଯେ ଗ୍ରାମୀଣ ଜନସାଧାରଣ ମ୍ୟାଚ୍ ଦେଖିବା ପାଇଁ ରାଜଗିର ସ୍ପୋର୍ଟସ କମ୍ପ୍ଲେକ୍ସରେ ପହଞ୍ଚୁଛନ୍ତି। କ୍ୟାପଟେନ୍ ସଲିମା ଟେଟେଙ୍କ ଭଉଣୀ ମହିମା ଟେଟେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି ଯେ ବିହାରରେ ଏତେ ବଡ଼ ଘଟଣା କେବେ ଘଟିବ ବୋଲି ସେ କେବେ ଭାବି ନଥିଲେ। ଚଳିତ ବର୍ଷ କ୍ରୀଡ଼ା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ସ୍ପୋର୍ଟସ କମ୍ପ୍ଲେକ୍ସକୁ ଉଦ୍ ଘାଟନ କରିଛନ୍ତି।
ରାଜଗିର ସ୍ପୋର୍ଟସ କମ୍ପ୍ଲେକ୍ସରେ ଥିବା ହକି ଷ୍ଟାଡିୟମରେ ଏକାସାଙ୍ଗରେ ୮ରୁ ୧୦ ହଜାର ଦର୍ଶକ ଏକାଠି ଲାଇଭ୍ ମ୍ୟାଚ୍ର ମଜା ନେଇପାରିବେ। ରାଜଗିର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପରେ ବିହାରରେ କ୍ରୀଡ଼ା ପ୍ରତି ଏକ ନୂଆ ଉତ୍ସାହ ବଢିବାରେ ଲାଗିଛି ଏଥିରେ କୌଣସି ସନ୍ଦେହ ନାହିଁ।
ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତି ବୈଠକ