ନୂଆଦିଲ୍ଲୀ: ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଦଳ ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଆସନ୍ତକାଲିଠୁ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଖେଳିବ । ଗତ ୧୮ ବର୍ଷ ଧରି ଭାରତ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ୍ ଜିତି ନାହିଁ । ଧୋନୀ ଓ ବିରାଟ ବି ଅଧିନାୟକ ଭାବେ ସିରିଜ୍ ଜିତି ପାରି ନାହାନ୍ତି । ଅନୁଭବ ଏବଂ ଯୁବ ଖେଳାଳିଙ୍କ ମିଶ୍ରଣରେ ଗଠିତ ଏହି ଦଳ ମଧ୍ୟ ସେତେ ଦୁର୍ବଳ ନୁହେଁ ଯେ, ଘରୋଇ ଇଂଲଣ୍ଡ ସହଜରେ ହରାଇ ଦେବ । ତେଣୁ ଏହି ସିରିଜ୍ ବେଶ ରୋମାଞ୍ଚକର ହେବାକୁ ଯାଉଛି ।
ଏହି ସିରିଜର ସମସ୍ତ ମ୍ୟାଚ୍ ସୋନି ସ୍ପୋର୍ଟ୍ସ ନେଟୱର୍କ ଓ ଓଟିଟି ଜିଓହଟଷ୍ଟାରେ ପ୍ରସାରଣ ହେବ । ମାତ୍ର ଏହା ବ୍ୟତୀତ ଆପଣ ଏହି ସିରିଜର ସିଧା ପ୍ରସାରଣର ମଜା ଉଠାଇ ପ।।ରିବେ । ପ୍ରଥମ ଟେଷ୍ଟ ଲିଡ୍ସରେ ଜୁନ ୨୦ରୁ ଖେଳାଯିବ । ସିରିଜ୍ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଶେଷ ଟେଷ୍ଟ ଜୁଲାଇ ୩୧ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଖେଳାଯିବ । ଲାଇଭ ଟେଲିକାଷ୍ଟର ରାଇଟ୍ସ ସୋନି ସ୍ପୋର୍ଟ୍ସ ନେଟୱର୍କ ନିକଟରେ ରହିଛି । ତେବେ ଭାରତ ବନାମ ଇଂଲଣ୍ଡ ମ୍ୟାଚର ସିଧା ପ୍ରସାରଣର ମଜା ଆପଣ ମାଗଣାରେ ଡିଡି ସ୍ପୋର୍ଟ୍ସରେ ନେଇ ପାରିବେ ।
ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ସିଡ୍ୟୁଲ
ଜୁନ ୨୦ରୁ ୨୪- ହେଣ୍ଡିଗ୍ଲେ କ୍ରିକେଟ୍ ଗ୍ରାଉଣ୍ଡ
ଜୁଲାଇ ୨ରୁ ଜୁଲାଇ ୬- ଆଜବେଷ୍ଟନ ଷ୍ଟାଡିୟମ
ଜୁଲାଇ ୧୦ରୁ ଜୁଲାଇ ୧୪- ଲଡ୍ସ କ୍ରିକେଟ୍ ଗ୍ରାଉଣ୍ଡ
ଜୁଲାଇ ୨୩ରୁ ଜୁଲାଇ ୨୭- ଓଲ୍ଡ ଟ୍ରାଫର୍ଡ କ୍ରିକେଟ୍ ଗ୍ରାଉଣ୍ଡ
ଜୁଲାଇ ୩୧ରୁ ଅଗଷ୍ଟ ୪- ଦ ଓଭାଲ