ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କହିଛନ୍ତି ଯେ ଆଗାମୀ ଚାମ୍ପିୟନ୍ସ ଟ୍ରଫି ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ କେଏଲ୍ ରାହୁଲ ପ୍ରଥମ ପସନ୍ଦ। ଏହା ସୂଚାଉଛି ଯେ ଚାମ୍ପିୟନ୍ସ ଟ୍ରଫି ସମୟରେ ଋଷଭ ପନ୍ତଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ। ପନ୍ତ ଏକମାତ୍ର ଖେଳାଳି ଯିଏ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଖେଳିବାର ସୁଯୋଗ ପାଇନଥିବା ବେଳେ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଅତି କମ୍ରେ ଗୋଟିଏ ସୁଯୋଗ ମିଳିଥିଲା। କେଏଲ୍ ରାହୁଲ ପ୍ରଥମ ଦୁଇ ମ୍ୟାଚ୍ରେ ଷଷ୍ଠ ସ୍ଥାନରେ ସଂଘର୍ଷ କରିଥିଲେ ମଧ୍ୟ ତୃତୀୟ ମ୍ୟାଚ୍ ରେ ସେ ୨୯ ବଲ୍ରୁ ୫ ନମ୍ବରରେ ଆସି ୪୦ ରନ୍ କରି ନିଜ ସ୍ଥାନ ସୁଦୃଢ଼ କରିଥିଲେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୧୪୨ ରନ୍ ର ବିଶାଳ ବ୍ୟବଧାନରେ ପରାସ୍ତ କରିଛି। ଫଳରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୩-୦ରେ କ୍ଲିନ୍ ସ୍ୱିପ୍ ହାସଲ କରିଛି।
ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ କୋଚ୍ କହିଛନ୍ତି, କେଏଲ୍ ରାହୁଲ ଆମର ଏକ ନମ୍ବର ୱିକେଟ୍ ରକ୍ଷକ ଏବଂ ମୁଁ ବର୍ତ୍ତମାନ ଏତିକି କହିପାରିବି। ଋଷଭ ପନ୍ତଙ୍କୁ ସୁଯୋଗ ମିଳିବ, କିନ୍ତୁ ବର୍ତ୍ତମାନ କେଏଲ୍ ରାହୁଲ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଆମେ ଦୁଇ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନଙ୍କୁ ଖେଳିପାରିବୁ ନାହିଁ।
ଏହି କ୍ରମରେ ଡାହାଣ ହାତୀ ବ୍ୟାଟ୍ସମ୍ୟାନ୍ ଦୃଢ଼ ହାରାହାରି ସତ୍ତ୍ୱେ ପ୍ରାରମ୍ଭିକ ମ୍ୟାଚ୍ ଗୁଡ଼ିକରେ କେଏଲ୍ ରାହୁଲଙ୍କ ତୁଳନାରେ ଅକ୍ଷର ପଟେଲଙ୍କୁ କାହିଁକି ପସନ୍ଦ କରାଗଲା ବୋଲି ଗମ୍ଭୀରଙ୍କୁ ପଚରାଯିବାରୁ ଗମ୍ଭୀର ବ୍ୟକ୍ତିଗତ ପରିସଂଖ୍ୟାନ ଅପେକ୍ଷା ଦଳର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଛନ୍ତି, ଆମେ ହାରାହାରି ଓ ସଂଖ୍ୟା ଦେଖୁନାହୁଁ। କିଏ କେତେବେଳେ ପ୍ରଦର୍ଶନ କରିପାରିବ ତାହା ଉପରେ ଆମର ଫୋକସ୍ ରହିଛି।
ଅଧିକ ପଢ଼ନ୍ତୁ: କୁମ୍ଭମେଳାର ବିଶ୍ୱାସ... ଆଜି ଭକ୍ତଙ୍କ ସଂଖ୍ୟା ଟପିପାରେ ୫୦ କୋଟି