ଅହମ୍ମଦାବାଦ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ତଥା ତୃତୀୟ ଦିନିକିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ଭାରତ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ । ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଥିବା ବେଳେ ଆଜିର ମ୍ୟାଚ୍ ଜିତି କ୍ଲିନ ସୁଇପ କରିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ । ଅନ୍ୟପଟେ ଇଂଲଣ୍ଡ ଶେଷ ଦିନିକିଆ ଜିତି ଚାମ୍ପିଅନ୍ସ ଟ୍ରଫି ପାଇଁ ମନୋବଳ ଦୃଢ ରଖିବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳରେ ଆଜି ତିନୋଟି ପରିବର୍ତ୍ତନ ହୋଇଛି । ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି । ବରୁଣ ଚକ୍ରବର୍ତ୍ତୀ ଜ୍ୱର କାରଣରୁ ଆଜିର ମ୍ୟାଚରେ ଉପଲବ୍ଧ ରହିବେ ନାହିଁ । ଏହି ତିନି ଖେଳାଳିଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ସେହି ପରି ଇଂଲଣ୍ଡ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ଟମ୍ ବ୍ୟାଣ୍ଟନଙ୍କୁ ଦଳରେ ସୁଯୋଗ ମିଳିଥିବା ବେଳେ ଜେମି ଓଭରଟନଙ୍କୁ ବାଦ୍ ଦିଆଯାଇଛି ।
ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ।
ଇଂଲଣ୍ଡ ଦଳ
ଫିଲିପ ସଲ୍ଟ(ୱିକେଟ୍ କିପର), ବେନ ଡକେଟ୍, ଜୋ ରୁଟ୍, ହ୍ୟାରି ବ୍ରୁକ, ଜୋସ ବଟଲର(ଅଧିନାୟକ), ଟମ ବ୍ୟାଣ୍ଟନ, ଲିୟାମ ଲିଭିଙ୍ଗଷ୍ଟୋନ, ଗସ ଏଟିଙ୍କସନ, ଆଦିଲ ରଶିଦ, ମାର୍କ ଉଡ, ଶାକିବ ମେହମୁଦ ।