ନୂଆଦିଲ୍ଲୀ: ଭାରତୀୟ ଦଳ ଚଳିତ ବର୍ଷ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ଏହି ଗସ୍ତରେ ଟିମ୍ ଇଣ୍ଡିଆ ତିନି ଫର୍ମାଟ ଟେଷ୍ଟ, ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ । ଏହି ଲମ୍ବା ସିରିଜର କାର୍ଯ୍ୟସୂଚୀର ଘୋଷଣା ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ କରିଛି । ଭାରତର ନ୍ୟୁଜିଲାଣ୍ଡ ଗସ୍ତ ଅକ୍ଟୋବର ୨୨ରୁ ପ୍ରଥମ ଟି-୨୦ ମ୍ୟାଚ୍ ସହ ଆରମ୍ଭ ହେବ ।
ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ନିଜର ସମର ସିଜିନର ସିଡ୍ୟୁଲ ଘୋଷଣା କରି କହିଛି ଯେ, ଭାରତୀୟ ଦଳ ଏକ ଲମ୍ବା ସିରିଜ ଆମ ଦେଶରେ ଖେଳିବ । ଭାରତର ନ୍ୟୁଜିଲାଣ୍ଡ ଗସ୍ତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରୁ ଆରମ୍ଭ ହେବ । ଏହା ପରେ ପାଞ୍ଚ ମ୍ୟାଚର ଦିନିକିଆ ସିରିଜ ଖେଳିବ । ପୁଣି ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ୍ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ଅନ୍ତର୍ଗତ ଖେଳାଯିବ । ଭାରତୀୟ ଦଳ ମୋଟ୍ ୪୧ ଦିନିଆ ନ୍ୟୁଜିଲାଣ୍ଡ ଗସ୍ତ କରିବ ।
ଟିମ୍ ଇଣ୍ଡିଆର ନ୍ୟୁଜିଲାଣ୍ଡ ଗସ୍ତର ପୂରା କାର୍ଯ୍ୟସୂଚୀ
ପ୍ରଥମ ଟି ୨୦- ଅକ୍ଟୋବର ୨୨, ଖ୍ରୀଷ୍ଟଚର୍ଚ୍ଚ
ଦ୍ୱିତୀୟ ଟି ୨୦- ଅକ୍ଟୋବର ୨୪, ଖ୍ରୀଷ୍ଟଚର୍ଚ୍ଚ
ତୃତୀୟ ଟି ୨୦- ଅକ୍ଟୋବର ୨୭, ୱେଲିଂଟନ
ଚତୁର୍ଥ ଟି ୨୦- ଅକ୍ଟୋବର ୩୦, ଅକଲାଣ୍ଡ
ପଞ୍ଚମ ଟି ୨୦- ନଭେମ୍ବର ୧, ହାମିଲଟନ
ପ୍ରଥମ ଦିନିକିଆ- ନଭେମ୍ବର ୪, ଅକଲାଣ୍ଡ
ଦ୍ୱିତୀୟ ଦିନିକିଆ- ନଭେମ୍ବର ୭, ୱେଲିଂଟନ
ତୃତୀୟ ଦିନିକିଆ- ନଭେମ୍ବର ୧୦, ହାମିଲଟନ
ଚତୁର୍ଥ ଦିନିକିଆ- ନଭେମ୍ବର ୧୩, ଟୋରଙ୍ଗା
ପଞ୍ଚମ ଦିନିିକିଆ- ନଭେମ୍ବର ୧୫, ଟୋରଙ୍ଗା
ପ୍ରଥମ ଟେଷ୍ଟ- ନଭେମ୍ବର ୧୯ରୁ ୨୩, ୱେଲିଂଟନ
ଦ୍ୱିତୀୟ ଟେଷ୍ଟ- ନଭେମ୍ବର ୨୭ରୁ ଡିସେମ୍ବର ୧, ଖ୍ରୀଷ୍ଟଚର୍ଚ୍ଚ
Also Read: ୧୫ ବର୍ଷ ବୟସ, କୋଟି କୋଟିର ମାଲିକ, ଏବେ ନାବାଳକ ସୂର୍ଯ୍ୟବଂଶୀଙ୍କୁ ଭରିବାକୁ ପଡିବ ଟ୍ୟାକ୍ସ