ଫିଫା ସହାୟତାରେ ୧୦୦ ବିଦ୍ୟାଳୟ କୁଫୁଟବଲ୍ ପ୍ରଦାନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟ ସଫଳ ହୋଇଛି । ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ହେଉଛି ଭାରତ ସରକାରଙ୍କ ନିଆରା ପ୍ରକ୍ରିୟା । ଫିଫା ସହାୟତାରେ କନ୍ଧମାଳ ଜିଲ୍ଲାରେ ୧୦୦ ଗୋଟି ବିଭିନ୍ନ ବିଦ୍ୟାଳୟକୁ ଫୁଟବଲ୍ ପ୍ରଦାନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଓ ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉପ ସଭାପତି ଲେଖା ଶ୍ରୀ ସାମନ୍ତ ସିଂହାର ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଫୁଟବଲ ପ୍ରଦାନ କରାଯିବ ସହ ଛାତ୍ର ଛାତ୍ରୀ ମାନେ କିଭଳି ଭଲ ପାଠ ପଢିବେ ଏଠି ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଶ୍ରୀ ସାମନ୍ତ ସିଂହାର କହିଛନ୍ତି । ଏଥିସହ ଖେଳ କୁଦ ଓ ଶାରୀରିକ,ମାନସିକ ସବୁ କ୍ଷେତ୍ରରେ କିପରି ଅଗ୍ରସର ହେବେ ଏହି ଲକ୍ଷ୍ୟ ରଖାଯାଇ ଫୁଲବାଣୀ କେନ୍ଦ୍ରୀୟ ଜବହାର ନାବୋଦ୍ୱୟ ବିଦ୍ୟାଳୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଫୁଲବାଣୀ ସହକାରୀ ଶିକ୍ଷା ଅଧିକାରୀନି ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଉତ୍ସାହ ଭରି ରହିଥିଲା । କର୍ଯ୍ୟକ୍ରମ ଶେଷରେ ଜବାହର ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଏକ ବନ୍ଧୁତା ପୂର୍ଣ୍ଣ ଫୁଟୁବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଅଧିକ ପଢନ୍ତୁ :ଦୁଇ କବାଡି ଖେଳାଳୀଙ୍କୁ ନିଯୁକ୍ତି ଦେଲେ ଜିଲ୍ଲାପାଳ