ଦୁଇ କବାଡି ଖେଳାଳୀଙ୍କୁ ନିଯୁକ୍ତି ଦେଲେ ଜିଲ୍ଲାପାଳ । ବିଲରେ କାମ କରୁଥିବା ପିଲାଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେଲେ ଜିଲ୍ଲାପାଳ । ଦୁଇ ଜାତୀୟ ସ୍ତରର କବାଡି ଖେଳାଳୀ ନମିତା ଭୋଇ ଓ ସୁନିତା ମାଝୀ । ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ତାଙ୍କ ଆଶା ଅଧାରେ ରହିଯାଇଥିଲା । ଆର୍ଥିକ ସଂକଟକୁ ସୁଧାରିବା ପାଇଁ ବିଲରେ କାମ କରୁଥିଲେ ଦୁଇ କବାଡି ଖେଳାଳୀ। ତେବେ ତତ୍କାଳିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହିକଥା ଜାଣି ତାଙ୍କ ନିକଟକୁ ଯାଇ ଦୁଇ କବାଡି ଖେଳାଳୀଙ୍କ ସହ ଆଲୋଚନା କରିଥିଲେ।
ପାଠ ପଢିବାକୁ ଓ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ବଲାଙ୍ଗିର ଜିଲ୍ଲାପାଳ ଦୁଇଜଣ କବାଡି ଖେଳାଳୀଙ୍କୁ ଭେଟି ସେମାନଙ୍କୁ ନିଯୁକ୍ତି ଦେଇଥିଲେ । ତେବେ ଉଭୟ ଖେଳାଳୀ କବାଡି କୋଚ ଭାବେ ନୁଯୁକ୍ତି ପାଇବେ। ଉଭୟ କବାଡି ଖେଳି ରାଜ୍ୟ ପାଇଁ ଗୌରବ ଆଣିଥିଲେ। ପିପୁଲସ ଫୋରମ ଫାଉଣ୍ଡେସନ ର କର୍ମକର୍ତl ବଲାଙ୍ଗିର ଜଲ୍ଲାର ଦୁଇ କବାଡି କୁଇନକୁ ଖୋର୍ଦ୍ଧା ହଳଦିଆରେ ଥିବା ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀରେ କୋଚ ଭାବରେ ନିଯୁକ୍ତ କରିବାକୁ ମନୋନୀତ କରିଛନ୍ତି। ଏପରିକି ବଲାଙ୍ଗିର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଓ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲେ। ଆସନ୍ତା ୧୫ ତାରିଖ ଭିତରେ ଆର୍ଯ୍ୟଭଟ୍ଟ ଆନସିଏଣ୍ଟ ଏକାଡେମୀରେ କ୍ରୀଡା କୋଚ ଭାବେ ଯୋଗଦେବେ ଉଭୟ କବାଡି ଖେଳାଳୀ ନମିତା ଭୋଇ ଓ ସୁନିତା ମାଝୀ।
ଅଧିକ ପଢନ୍ତୁ :ଓଡ଼ିଶା ଅର୍ଥମନ୍ତ୍ରୀ ମଧ୍ୟବର୍ତ୍ତୀକାଳୀନ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି