ବିଧାନସଭାରେ ଆଗତ ହୋଇଛି ୨୦୨୪-୨୫ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ଉପସ୍ଥପାନ କରିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବଜେଟ ଆଗତ କରିଛନ୍ତି । ନିର୍ବାଚନ ପାଇଁ କାମଚଳା ବଜେଟର ପରିମାଣ ହେଉଛି ୧ ଲକ୍ଷ ୧୮ ହଜାର କୋଟି ଟଙ୍କା । ବଜେଟରେ ଅଭିବୃଦ୍ଧି ହାର ୭.୨୫% ରହିଥିବା ଦର୍ଶାଯାଇଥିବା ବେଳେ ଆସନ୍ତା ବର୍ଷ ଏହା ୮.୫% ହେବ ବୋଲି ଆକଳନ କରାଯାଇଛି।
ବଜେଟ ଉପସ୍ଥାପନ ବେଳେ ସେ କହିଛନ୍ତି ଯେ, ଓଡ଼ିଶା ୧୦୦ ନିୟୁତ ଡଲାର ଅର୍ଥନୀତିରେ ପରିଣତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତରେ ପହଞ୍ଚିଛି। ଯାହାକି ଜାତୀୟ ହାରଠାରୁ ୧ ପ୍ରତିଶତ ଅଧିକ ରହିଛି । ରାଜ୍ୟରେ ମୁଣ୍ଡପିଛା ଆୟ ଓ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନ ୩୨ ପ୍ରତିଶତକୁ ରୁ ୧୩ ପ୍ରତିଶତକୁ ହ୍ରାସ ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷର ଆଗୁଆ ଆକଳନ ଅନୁସାରେ ଓଡ଼ିଶାର ଅଭିବୃଦ୍ଧି ୮.୫ ପ୍ରତିଶତକୁ ବୃଦ୍ଧି ପାଇବ । ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
ପଞ୍ଚାୟତିରାଜ – ୨୨୫୪୩ କୋଟି
ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
ଜଳସମ୍ପଦ – ୧୩୨୬୭ କୋଟି
ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
ନିର୍ମାଣ ବିଭାଗ – ୧୦୯୫୦ କୋଟି
ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
ଗୃହ ବିଭାଗ – ୮୬୪୧ କୋଟି
ବିଜୁ ପକ୍କାଘର – ୧୦୦ କୋଟି
ବସୁଧା ଯୋଜନା – ୨୦୦୦ କୋଟି
ଜଳ ଜୀବନ ମିଶନ – ୬୦୦୦ କୋଟି
ମେଟ୍ରୋ ପ୍ରକଳ୍ପ – ୧୦୦୦ କୋଟି
ରେଳ ପ୍ରକଳ୍ପ – ୭୦୦ କୋଟି
ରାସ୍ତା ଉନ୍ନତି – ୬୧୯୪ କୋଟି
ନୂଆ ଓ – ୨୦୦ କୋଟି
ବିଜୁ ସେତୁ – ୨୦୦ କୋଟି
ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି – ୧୪୨୪ କୋଟି
କ୍ରୀଡା ଭିତ୍ତିଭୂମି – ୮୫୨ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
ପ୍ରାଚୀନ କୀର୍ତ୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
ମିଶନ ଶକ୍ତି – ୨୭୬୧ କୋଟି
ମହିଳା ଓ ଶିଶୁ ବିକାଶ – ୫୦୧୫.୧୫ କୋଟି