ଖବର ଓଡିଶା : 10/05/2023:
ଆଇପିଏଲ ୨୦୨୩ର ୧୬ତମ ସିଜନରେ ଆଜିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ । ସନ୍ଧ୍ୟା ସାଢ଼େ ୭ଟାରେ ଏମ ଚିଦାମ୍ବରମ ଷ୍ଟାଡିୟମରେ ଆଜିର ଏହି ମ୍ୟାଚ ଅନୁଷ୍ଠିତ ହେବ । ମ୍ୟାଚରେ ଆଜି ଜୋରଦାର ସଂଘର୍ଷ ହେବ। ଚେନ୍ନାଇ ଏକପ୍ରକାର ସୁରକ୍ଷିତ ସ୍ଥାନରେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଦିଲ୍ଲୀ ପାଇଁ ଆଜି ରହିଛି କର ବା ମର ପରିସ୍ଥିତି ।
ଧୋନୀଙ୍କ ନେତୃତ୍ବରେ ଟିମ ଆଜି ଦିଲ୍ଲୀକୁ ହରାଇବାକୁ ପ୍ରୟାସ କରିବ। ସେପଟେ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ବରେ ଦିଲ୍ଲୀ ଟିମ ମଧ୍ୟ ଚେନ୍ନାଇକୁ ଜିତିବାକୁ ଦେବ ନାହିଁ। ସେପଟେ ଚିଦାମ୍ବରମ ଷ୍ଟାଡିୟମରେ ସ୍ପିନରଙ୍କୁ ବେଶ ସଫଳତା ମିଳିଥାଏ। ଏଠାରେ ବ୍ୟାଟିଂ କରିବା ଭାରି କଷ୍ଟକର ହୋଇଥାଏ। ଧୋନି ସେହି ଅନୁଯାୟୀ ନିଜ ଦଳ ସ୍ଥିର କରିଛନ୍ତି। ସେପଟେ ଦିଲ୍ଲୀ ଯଦି ଆଜି ନ ଜିତେ ଆଇପିଏଲ ୨୦୨୩ରୁ ବାହାରିଯିବ ।
ଆଇପିଏଲ୍ ରେ ଏପର୍ଯ୍ୟନ୍ତ ଚେନ୍ନାଇ ଏବଂ ଦିଲ୍ଲୀ ମଧ୍ୟରେ ୨୭ ଥର ମ୍ୟାଚ ଖେଳାଯାଇଛି ସେଥିରୁ ଚେନ୍ନାଇ ସୁପର କିଙ୍ଗସ୍ ୧୭ଟି ମୁକାବିଲାରେ ବିଜୟୀ ହୋଇଥିବାବେଳେ ଦିଲ୍ଲୀ ଅବଶିଷ୍ଟ ୧୦ଟି ମ୍ୟାଚ ଜିତିଛି | ତେବେ ଦିଲ୍ଲୀ ଚଳିତ ସିଜିନରେ ସୁପର କିଙ୍ଗ୍ସ ବିପକ୍ଷ ଶେଷ ପାଞ୍ଚଟି ମ୍ୟାଚ ମଧ୍ୟରୁ ତିନୋଟିରେ ଜିତିଛି।