ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର ସପ୍ତାହେ ସମୟ ବାକି ରହିଛି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ବଡ ଝଟକା । ତାରକା ବୋଲର ପାଟ୍ କମିନ୍ସ ଆହତଜନିତ ସମସ୍ୟା କାରଣରୁ ପୂରା ବିଶ୍ୱକପରୁ ବାଦ୍ ପଡିଛନ୍ତି । ପାଟ୍ କମିନ୍ସଙ୍କ ସମେତ ଅଷ୍ଟ୍ରେଲିଆ ନିଜର ୧୫ ଜଣିଆ ଦଳରେ ଦୁଇଟି ପରିବର୍ତ୍ତନ କରିଛି । ଟପ୍ ଅର୍ଡର ବ୍ୟାଟର ମାଥ୍ୟୁସ ସର୍ଟଙ୍କୁ ଦଳରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ବେନ ଡ୍ୱାର୍ଶିୟସଙ୍କୁ ସାମିଲ୍ କରାଯାଇଛି । ବିଗ ବାସରେ ଧମାଲ କରିଥିବା ଷ୍ଟିଭ ସ୍ମିଥଙ୍କୁ ଦଳରେ ସ୍ଥାନ ମିଳିନି ।
ବାମହାତୀ ଦ୍ରୁତ ବୋଲର ବେନ ଡ୍ୱାର୍ଶିୟସ ଏବଂ ବ୍ୟାଟର ମାଥ୍ୟୁ ରେନଶୋଙ୍କୁ ୧୫ ଜଣିଆ ଦଳରେ ସାମିଲ୍ କରାଯାଇଛି । ଚୟନକର୍ତ୍ତା ଆଶା ପ୍ରକାଶ କରିଛନ୍ତି ଯେ, ଏହି ଦୁଇ ଖେଳାଳି ଟି-୨୦ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବେ । ବିଶ୍ୱକପ ଦଳରେ ସାମିଲ୍ ଜୋଶ ହାଜେଲଉଡ, ଟିମ୍ ଡେଭିଡ ଓ ନାଥନ ଏଲିସ ସମସ୍ତଙ୍କୁ ଫିଟ୍ ଘୋଷିତ କରାଯାଇଛି । କାରଣ ଏହି ତିନି ଖେଳାଳି ଆହତ ସମସ୍ୟା କାରଣରୁ ନିକଟରେ କୌଣସି ସିରିଜ୍ ଖେଳି ନ ଥିଲେ ।
ଚୟନକର୍ତ୍ତା କହିଛନ୍ତି, ପାଟ୍ କମିନ୍ସଙ୍କୁ ନିଜର ପିଠି ଯନ୍ତ୍ରଣାରୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବ । ଏଥିପାଇଁ ବେନ ଏକ ଭଲ ରିପ୍ଲେସମେଣ୍ଟ । ସେ ବାମହାତୀ ବୋଲର ହେବା ସହ ଦମଦାର ଫିଲ୍ଡିଂ କରିଥାନ୍ତି । ନିମ୍ନ କ୍ରମରେ ମଧ୍ୟ ବ୍ୟାଟିଂରେ ଭଲ ଯୋଗଦାନ ଦେଇ ପାରନ୍ତି । ଆଶା କରୁଛୁ ସେ, ଭଲ ଗତି ସହ ବଲକୁ ସୁଇଙ୍ଗ କରି ପାରିବେ । ମ୍ୟାଟ୍ ରେନଶ ମଧ୍ୟ ବ୍ୟାଟିଂରେ ପ୍ରଭାବିତ କରିଛନ୍ତି । ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳିଛି ।
ଅଷ୍ଟ୍ରେଲିଆର ବିଶ୍ୱକପ୍ ଟି ୨୦ ଟିମ୍
ମିଚେଲ୍ ମାର୍ଶ(ଅଧିନାୟକ), ଜାଭିଏର ବାର୍ଟଲେଟ୍, କୁପର କନୋଲି, ଟିମ୍ ଡେଭିଡ, ବେନ ଡ୍ୱାର୍ଶିୟସ, କ୍ୟାମେରୁନ ଗ୍ରୀନ, ନାଥନ ଏଲିସ, ଜୋଶ ହାଜେଲଉଡ, ଟ୍ରେଭିସ ହେଡ, ଜୋଶ ଇଂଗ୍ଲିସ, ମାଥ୍ୟୁ କୁହମ୍ୟାନ, ଗ୍ଲେନ ମ୍ୟାକ୍ସୱେଲ, ମାଥ୍ୟୁ ରେନଶୋ, ମାର୍କସ ଷ୍ଟୋଇନିସ, ଆଡମ ଜାମ୍ପା ।
Also read: ଟି-୨୦ ବିଶ୍ୱକପର କାଉଣ୍ଟଡାଉନ ଆରମ୍ଭ, ଆଇସିସି ରିଲିଜ୍ କଲା ଏନ୍ଥମ ସଙ୍ଗ, ଦେଖନ୍ତୁ ଭିଡିଓ