ଖବର ଓଡିଶା : 13/03/2023:
ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ମ୍ୟାଚ ଡ୍ର ହୋଇଯାଇଛି । ଫଳରେ ଏହି ବର୍ଡ଼ର- ଗାଭାସ୍କର ଟ୍ରଫି ସିରିଜକୁ ୨-୧ରେ କବଜା କରିଛି ଭାରତ । ଅଷ୍ଟ୍ରେଲିଆର ଦ୍ୱିତୀୟ ଇଂନିସରେ ଟ୍ରାଭିସ ହେଡ୍ ଓ ଲାବ୍ରୁସେନଙ୍କ ଦମଦାର ପାଳି ଫଳରେ ଏହି ମ୍ୟାଚ ଡ୍ର ଆଡକୁ ଗତି କରିଥିଲା । ଏହି ମ୍ୟାଚରେ ପ୍ରଥମେ ଟସ ଜିତି କଙ୍ଗାରୁ ବ୍ୟାଟିଂ ନିଷ୍ପତ୍ତି ନେଇ ୪୦୮ର ବିଶାଳ ସ୍କୋର କରିଥିଲା । ଏହି ଇଂନିସରେ ଖ୍ୱାଜା ୧୮୦, ଗ୍ରୀନ ୧୧୪ ରନ କରିଥିଲେ । ସେହିପରି ଭାରତ ବି ତାର ପ୍ରଥମ ଇଂନିସରେ ୫୭୧ ରନର ବିଶାଳ ସ୍କୋର କରିଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୮୬, ଶୁଭମନ ଗିଲ ୧୨୮ ଓ ଅକ୍ଷର ପଟେଲ ୭୯ ରନ କରିଥିଲେ । ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇଂନିସରେ ୨ ୱିକେଟ ହରାଇ ୧୭୫ ରନ କରି ମ୍ୟାଚ ଡ୍ର ରଖିଥିଲେ ।ଏହାସହ ଭାରତକୁ ମଧ୍ୟ ମିଳିଛି ଡବଲ ଖୁସି । ଭାରତ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇଛି । WTC ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।