ବ୍ରିସବେନ: ବ୍ରିସବେନରେ ଅଭିଷେକ ଶର୍ମା ଟି-୨୦ ନ୍ତର୍ଜାତୀୟ ମ୍ୟାଚରେ ୧୦୦୦ ରନ ପୂରଣ କରି ଏକ ବଡ଼ ରେକର୍ଡ ନିଜ ନାଁ କରିଛନ୍ତି। ସେ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ସବୁଠାରୁ କମ ବଲରେ ୧୦୦୦ ରନ ପୂରଣ କରିବାର ବ୍ୟାଟର ହୋଇଛନ୍ତି। ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ନାଁରେ ଥିଲା ଏହି ରେକର୍ଡ। କିନ୍ତୁ ସବୁଠାରୁ କମ ଇନିଂସରେ ୧୦୦୦ ରନ ହାସଲ କରିବାର ରେକର୍ଡ ବିରାଟ କୋହଲିଙ୍କ ନାଁରେ ରହିଛି।
ଅଭିଷେକ ଶର୍ମା ସୂର୍ଯ୍ୟଙ୍କ ରେକର୍ଡ ଭାଙ୍ଗିଛନ୍ତି
ଗତ ବର୍ଷ ଜୁଲାଇରେ ଡେବ୍ୟୁ କରିଥିବା ଅଭିଷେକ ଶର୍ମା ମାତ୍ର ଗୋଟିଏ ବର୍ଷ ମଧ୍ୟରେ ବହୁତ କିଛି ହାସଲ କରିଛନ୍ତି। ସଂପ୍ରତି ସେ ଟି-୨୦ ବ୍ୟାଟିଂରେ ନମ୍ବର ୱାନ ବ୍ୟାଟର। ଅଭିଷେକ ଶନିବାର ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ଟି-୨୦ରେ ବିସ୍ଫୋରକ ଆରମ୍ଭ କରି ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଅଭିଷେକ ୫୨୮ ବଲରେ ୧୦୦୦ ଟି-୨୦ ରନ ହାସଲ କରିଥି। ସୂର୍ଯ୍ୟ ପ୍ରଥମ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି, ୫୭୩ ବଲ୍ ରେ ୧୦୦୦ ରନ ପୂରଣ କରିଛନ୍ତି। ନ୍ୟୁଜିଲାଣ୍ଡର ଫିଲ୍ ସଲ୍ଟ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି, ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ଚତୁର୍ଥ ସ୍ଥାନରେ ଅଛନ୍ତି। ଉଲ୍ଲେଖନୀୟ ବିରାଟ କୋହଲି ୬୫୫ବଲରେ ୧୦୦୦ ଅନ୍ତର୍ଜାତୀୟ ଟି-୨୦ ରନ୍ ପୂରଣ କରିଥିଲେ।
ସବୁଠାରୁ କମ୍ ବଲ୍ ସହିତ ପୂରଣ କରିଥିବା ଶ୍ରେଷ୍ଠ ୫ ବ୍ୟାଟର
ଅଭିଷେକ ଶର୍ମା (ଭାରତ) – ୫୨୮ ବଲ୍
ସୂର୍ଯ୍ୟକୁମାର ଯାଦବ (ଭାରତ) - ୫୭୩ ବଲ୍
ଫିଲ୍ ସଲ୍ଟ (ନ୍ୟୁଜିଲ୍ୟାଣ୍ଡ) – ୫୯୯ ବଲ୍
ଗ୍ଲେନ୍ ମ୍ୟାକ୍ସୱେଲ୍ (ଅଷ୍ଟ୍ରେଲିଆ) - ୬୦୪ବଲ୍
ଆଣ୍ଡ୍ରେ ରସେଲ୍ (ୱେଷ୍ଟଇଣ୍ଡିଜ୍), ଫିନ୍ ଆଲେନ୍ (ନ୍ୟୁଜିଲ୍ୟାଣ୍ଡ) - ୬୦୯ ବଲ୍
ଏହି କ୍ଷେତ୍ରରେ ବିରାଟ କୋହଲି ପଛରେ ଅଛନ୍ତି
ଅଭିଷେକ ଶର୍ମା ସବୁଠାରୁ କମ୍ ଇନିଂସରେ ହଜାରେ ଟି-୨୦ ରନ୍ ପୂରଣ କରିବାର ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିପାରିଲେ ନାହିଁ। କୋହଲି ବର୍ତ୍ତମାନ ସବୁଠାରୁ କମ୍ ଇନିଂସରେ ୧୦୦୦ ରନ୍ ପୂରଣ କରିଥିବା ଭାରତୀୟ ବ୍ୟାଟର। କୋହଲି ୨୭ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ବେଳେ ଅଭିଷେକ ୨୮ଟି ଇନିଂସରେ ହଜାରେ ରନ ପୂରଣ କରିଛନ୍ତି।