ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ପାଇଁ କିଛି ଦିନ ବାକି ରହିଛି । ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ନିଜସ୍ୱ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥି ସହିତ ଖେଳାଳି ଏବଂ ଦଳର କର୍ମଚାରୀମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି। ଚଳିତ ସିଜିନରେ ଏପରି ୮ ଜଣ ଖେଳାଳି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଆଇପିଏଲରେ ଅଂଶଗ୍ରହଣ କରିବେ । ଏହି ସମସ୍ତ ଖେଳାଳି ସେମାନଙ୍କର ଆଇପିଏଲ ଡେବ୍ୟୁ କରିବେ ବୋଲି ସମ୍ଭାବନା ରହିଛି । ଏଥିମଧ୍ୟରେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜର ବହୁ ସିଜିନ ହିଟର ମଧ୍ୟ ଅନ୍ତର୍ଭୁକ୍ତ |
୧. ଶମର ଜୋସେଫ
ୱେଷ୍ଟଇଣ୍ଡିଜର ଯୁବ ଦ୍ରୁତ ବୋଲର ଶମର ଜୋସେଫଙ୍କୁ, ମାର୍କ ଉଡ଼ଙ୍କ ସ୍ଥାନରେ ଲକ୍ଷ୍ନୌ ସୁପର ଜିଆଣ୍ଟସରେ ସାମିଲ ହୋଇଛନ୍ତି। ସେ ତାଙ୍କର ପ୍ରଥମ ଆଇପିଏଲ ସିଜନ ଖେଳୁଥିବାର ଦେଖିବାକୁ ମିଳିପାରେ ।
୨. ସ୍ପେନ୍ସର ଜନସନ
ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ସ୍ପେନ୍ସର ଜନସନ ୨୦୨୪ ମିନି ଅକ୍ସନରେ ଗୁଜୁରାଟ ଟାଇଟାନ୍ସ ଦ୍ୱାରା କିଣାଯାଇଥିଲା | ଗୁଜୁରାଟ ଜନସନଙ୍କୁ ୧୦ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଥିଲା ।
୩. ନାନ୍ଦ୍ରେ ବର୍ଗର
ନିକଟରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ନାନ୍ଦ୍ରେ ବର୍ଗର ଚମତ୍କାର ପ୍ରଦର୍ଶନ କରିଥିଲେ। ନାନ୍ଦ୍ରେ ବର୍ଗରଙ୍କୁ ରାଜସ୍ଥାନ ରୟାଲ୍ସ ୫୦ ଲକ୍ଷ ଟଙ୍କାରେ କିଣିଛି।
୪. ଆଜମତୁଲ୍ଲା ଓମାରଜାଇ
ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନର ଅଲରାଉଣ୍ଡର ଓମାରଜାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କୁ ଗୁଜୁରାଟ ଟାଇଟାନ୍ସ ୫୦ ଲକ୍ଷ ଟଙ୍କାରେ ଚୟନ କରିଛି।
୫. ଜେରାଲ୍ଡ କୋଟଜୀ
ବିଶ୍ୱକପ ୨୦୨୩ ରେ କୋଟଜୀଙ୍କ ଚମତ୍କାର ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କୋଟେଜୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୫ କୋଟି ଟଙ୍କାରେ କିଣିଛି। ଆଇପିଏଲ ୨୦୨୧ ରେ ଲିଭିଙ୍ଗଷ୍ଟୋନଙ୍କ ସ୍ଥାନରେ କୋଟଜିଙ୍କୁ ଚୟନ କରାଯାଇଥିଲା । ତେବେ ସେ ରାଜସ୍ଥାନ ରୟାଲ୍ସ ପାଇଁ ଗୋଟିଏ ବି ମ୍ୟାଚ ଖେଳିବାକୁ ସୁଯୋଗ ପାଇନଥିଲେ।
୬. ଶାଇ ହୋପ
ଦିଲ୍ଲୀ କ୍ୟାପିଟାଲ୍ସ ୱେଷ୍ଟଇଣ୍ଡିଜର ଏହି ଆକ୍ରମଣାତ୍ମକ ଖେଳାଳିଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିଛି। ଆଇପିଏଲ ନିଲାମ ସମୟରେ ଦିଲ୍ଲୀ ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା।
୭. ରାଚିନ୍ ରବିନ୍ଦ୍ର
ନ୍ୟୁଜିଲ୍ୟାଣ୍ଡର ଯୁବ ବ୍ୟାଟ୍ସମ୍ୟାନ ଚେନ୍ନାଇ ସୁପର କିଙ୍ଗ୍ସରେ ସ୍ଥାନ ପାଇଛନ୍ତି। ଦିନିକିଆ ବିଶ୍ୱକପରେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ ରଚିନ ରବିନ୍ଦ୍। ଚେନ୍ନାଇ ରଚିନଙ୍କୁ ୧.୮୦ କୋଟି ଟଙ୍କାରେ କିଣିଛି।
୮. ଅର୍ଶିନ କୁଲକର୍ଣ୍ଣି
ଭାରତର ଅଣ୍ଡର-୧୯ ତାରକା ଖେଳାଳି ଲକ୍ଷ୍ନୌ ସୁପର ଜିଆଣ୍ଟସରେ ୨୦ ଲକ୍ଷ ଟଙ୍କାରେ ସାମିଲ ହୋଇଛନ୍ତି । ଭାରତରେ ଅଣ୍ଡର -୧୯ ବିଶ୍ୱକପ ୨୦୨୪ ରେ ଫାଇନାଲରେ ପହଞ୍ଚିବାରେ କୁଲକର୍ଣ୍ଣି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଅଧିକ ପଢନ୍ତୁ : ଶେଫାଳି ବର୍ମାଙ୍କ ବିସ୍ଫୋଟକ ପାରି ସାହାଯ୍ୟରେ ଫାଇନାଲରେ ଦିଲ୍ଲୀ