ଭାରତରେ ଗର୍ଭବତୀ ମହିଳା ମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟସେବା ଏବଂ ପ୍ରସବ ସେବାର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୧୧ତାରିଖକୁ National Safe Motherhood Day ପାଳନ କରାଯାଏ। ଏହା ମାତୃତ୍ୱକୁ ସମ୍ମାନ ଦେବା, ସୁରକ୍ଷିତ ଗର୍ଭାବସ୍ଥା ଏବଂ ପ୍ରସବ ଅଭ୍ୟାସ ପାଇଁ ସମର୍ଥନ କରିବାର ଏକ ଦିନ ଯାହା ମା' ଏବଂ ଶିଶୁ ଉଭୟଙ୍କ କଲ୍ୟାଣ ସୁନିଶ୍ଚିତ କରିଥାଏ। ଏହି ଅବସର ମାତୃ ସ୍ୱାସ୍ଥ୍ୟସେବାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ସ୍ମରଣ କରାଇଥାଏ। ଏହି ଦିବସକୁ ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲ ବେଶ ଧୁମଧାମ ରେ ପାଳନ କରିଥାଏ। ଆଜି ମଧ୍ୟ ଏହି ଦିବସର ମୂଲ୍ୟବୋଧ ନିରୂପଣ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି।