ସୋସିଆଲ ମିଡିଆରେ ଭାଇରାଲ ହେଉଛି ଘିବ୍ଲି ନିଶା । ନୂଆ ଟ୍ରେଣ୍ଡକୁ ଫଲୋ କରୁଛନ୍ତି ଯୁବପିଢ଼ି । ଯାହା ସମସ୍ତ ସୋସିଆଲ ମିଡ଼ିଆର ୟୁଜର୍ସ ମାନଙ୍କୁ ଆକୃଷ୍ଟ କରୁଛି । ଯିଏ ଏହି ଫୋଟୋ ଦେଖୁଛି ତା ମନରେ କେମିତି ହେଲା ବୋଲି ପ୍ରଶ୍ନ ଆସୁଛି । ହ୍ବାଟ୍ସଆପ୍ ଠୁ ଆରମ୍ଭ କରି ଏକ୍ସ ପର୍ଯ୍ୟନ୍ତ ସବୁଠି ଘିବ୍ଲିର ଲୋକପ୍ରିୟତା ଦେଖିବାକୁ ମିଳୁଛି । ଏହି ଟୁଲ୍ ମାଧ୍ୟମରେ ସୋସିଆଲ ମିଡ଼ିଆର ୟୁଜର୍ସମାନେ ଯେକୌଣସି ଫୋଟୋକୁ ଆନିମେଟେଡ଼ ଭଳି ପରିବର୍ତ୍ତନ କରୁଛନ୍ତି । ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ଏବେ ଭାଇରଲ ହେବାରେ ଲାଗିଛି । ଯାହା Open ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜିଏଣ୍ଟ)ର ଜିପିଟି-୪୦ ମଡେଲ ଦ୍ୱାରା ସମ୍ଭବ ହୋଇପାରିଛି । ନିଜ ଫଟୋଠୁ ଆରମ୍ଭ କରି ସାଙ୍ଗସାଥୀଙ୍କ ସହ ଉଠେଇଥିବା ଫଟୋ ଆଉ ତ କୌଣସି ମିମ୍ସ ସବୁ ଏବେ ନୂଆ ଟ୍ରେଣ୍ଡ ଘିବଲିରେ ପରିବର୍ତ୍ତନ ହେବାରେ ଲାଗିଛି ।
ତେବେ ଆସନ୍ତୁ ଜାଣିବା ଘିବଲି ଫୋଟୋ କଣ -
ଘିବ୍ଲି ଫୋଟୋ ହେଉଛି ଯାହା ସାହାଯ୍ୟରେ ଆମେ ଗୋଟେ ଫୋଟର ବାସ୍ତବିକତାରେ ପରିବର୍ତ୍ତନ ଆଣିଥାଏ । ଆମେ ଗୁଗୁଲ ଓ ଚାର୍ଟ ଜିପିଟି ସାହାଯ୍ୟରେ ଏମିତି ଫୋଟୋ କରିପାରିବା । ଆମେ ଏହି ଟୁଲ ସାହାଯ୍ୟରେ ନିଜର ଏକ ବାସ୍ତବିକତା ଫୋଟୋ ଉପଲୋଡ କରିବା ତାପରେ ଆମର କଣ୍ଡେଇ ସଦୃଶ୍ୟ ଫୋଟୋ ବା ଘିବଲି ଫୋଟୋ ତିଆରି କରିଥାଏ । ଘିବ୍ଲି ଫୋଟୋ ଏବେ ଟ୍ରେଣ୍ଡ କରୁଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଯାଏଁ ସମସ୍ତେ ଏବେ ଘିବ୍ଲି ଷ୍ଟାଇଲି ଟ୍ରେଣ୍ଡକୁ ଆପଣାଉଛନ୍ତି । ସମସ୍ତ ଯୁବପିଢ଼ି ଘିବ୍ଲି ଫୋଟୋକୁ ନିଜ ସୋସିଆଲ ମିଡ଼ିଆ ପ୍ରୋଫାଇଲ ଫଟୋରେ ମଧ୍ୟ ରଖୁଛନ୍ତି ।
ଘିବ୍ଲି ଫୋଟୋର ଉଦ୍ଭାବକ ହେଉଛନ୍ତି ହାୟାଓ ମିୟାଜାକି । ସେ ହେଉଛନ୍ତି ଜାପାନର ଜଣେ ଆନିମେଟର । ସେ ଜାପାନୀ ଆନିମେଟେଡ୍ ଫିଚର ଫିଲ୍ମର ସ୍ରଷ୍ଟା ଭାବରେ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ସେ ଆନିମେସନ୍ ଇତିହାସରେ ସବୁଠାରୁ ସଫଳ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା ମଧ୍ୟ କରାଯାଏ । ତାଙ୍କ ନୂଆ ଆନିମେସନ୍ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି ।