ଅନଲାଇନ୍ କ୍ଲାସରେ ଯୋଗ ଦେଉଥିଲା ପୋଷା ବିଲେଇ,ଏବେ ମାଲିକାଣୀ ସହ କଲା ଗ୍ରାଜୁଏସନ ପାସ୍ ନୁଆଦିଲ୍ଲୀ , ଜୁନ୍ 5(ଖବର ଓଡ଼ିଶା): Share story: ସୋସିଆଲ ମିଡିଆରେ ଏକ ବିଲେଇ ଏବେ ଟ୍ରେଣ୍ଡ ରହିଛି । ବିଲେଇର ପାଠପଢାକୁ ନେଇ ସମସ୍ତେ ଏବେ ଆଶ୍ଚର୍ଯ୍ୟ । ହଁ, ଭାଇରାଲ ହେଉଥିବା ଯାଉଥିବା ଏହି ଫଟୋରେ ସ୍ନାତକ ପରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ବ୍ଲକ୍ ରଙ୍ଗର ଟୋପି ପିନ୍ଧିଛି ବିଲେଇଟି । ସ୍ନାତକୋତ୍ତର କରୁଥିବା ତାଙ୍କ ମାଲିକାଣୀ ଦାବି କରିଛନ୍ତି ଯେ ବିଲେଇ ମୋ ସହିତ ଅନଲାଇନରେ ବିଶ୍ୱବିଦ୍ୟାଳୟର ପଢାଯାଉଥିବା ସମସ୍ତ ପାଠରେ ବିଲେଇଟି ଯୋଗ ଦେଇଛି। ସେଥିପାଇଁ ବିଲେଇ ମଧ୍ୟ ସ୍ନାତକୋତ୍ତର ପାଇଁ ସମ୍ପୂର୍ଣ୍ଣ ହକଦାର । ଏହି କାରଣରୁ, ଝିଅଟି ନିଜେ ଡିଗ୍ରୀ ପାଇବାର ଖୁସି ସେଲିବ୍ରେସନ କରିବା ସହ ଏବଂ ବିଲେଇକୁ ମଧ୍ୟ ସମାନ ଢଙ୍ଗରେ ପ୍ରସ୍ତୁତ କରିଛନ୍ତି । ବିଲେଇର ମାଲିକ ନାଁ ହେଉଛି ଫ୍ରେନି, ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ନିଜ ଏବଂ ବିଲେଇର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରିବା ବେଳେ ଫ୍ରେନି ଲେଖିଛନ୍ତି ଯେ ହଁ, ମୋ ବିଲେଇ ମୋ ସହିତ ପ୍ରତ୍ୟେକ ଜୁମ୍ କ୍ଲାସରେ ଯୋଗ ଦେଇଛି । ସେଥିପାଇଁ ଆମ ଦୁହେଁ ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ସ୍ନାତକ ଭାବରେ ବିବେଚିତ ହେବୁ । ତେବେ, ଫ୍ରେନି ଏହି ସବୁ କଥାକୁ ଥଟ୍ଟାରେ କହିଛନ୍ତି । ମଜାରେ ମଜାରେ ୟୁଜର୍ସ ମାନେ ମଧ୍ୟ ବିଲେଇକୁ ଶୁଭକାମନା ଜଣାଇଛନ୍ତି । ତେବେ ଫଟୋରେ ବିଲେଇଟି ଏତେ ସୁନ୍ଦର ଦେଖାଯାଉଛି ଫଟୋରେ ଅନେକ ଲାଇକ୍ ମଧ୍ୟ ହୋଇଛି । ଖବର ଓଡ଼ିଶା, Reporter, 05/06/2022