ଯଦି ଆପଣ ଠିକ ସମୟରେ ଶୋଉନାହାନ୍ତି ତାହାଲେ ଆପଣଙ୍କୁ ହୋଇପାରେ ହୃଦଘାତର ସମସ୍ୟା । କାହିଁକି ନା ସମୟ ସହ ବଦଳୁଛି ଲୋକମାନଙ୍କର ଜୀବନଶୈଳୀ । ଖାଇବା ଠାରୁ ଆରମ୍ଭ କରି ଶୋଇବା ଯାଏ ସବୁ ସମୟରେ ପରିବର୍ତ୍ତନ ହୋଇଛି ।
ରାତିରେ ଟିଭି ଦେଖିବା ହେଉ କି ମୋବାଇଲ ଦେଖିବା । ଏହି ସବୁ କାରଣରୁ ଲୋକମାନେ ସଠିକ ସମୟରେ ନ ଶୋଇ ବିଳମ୍ବରେ ଶୋଉଛନ୍ତି । ଅଳ୍ପ ସମୟ ବିଳମ୍ବ ହୋଇଗଲେ କୌଣସି ସମସ୍ୟା ହେବ ନାହିଁ ବୋଲି ସମସ୍ତେ ଭାବି ଥାଆନ୍ତି। ତେବେ ପ୍ରତ୍ୟେକ ଦିନ ବିଳମ୍ବରେ ଶୋଇବା ଯୋଗୁଁ ଶୋଇବା ସମୟରେ ପରିବର୍ତ୍ତନ ହୋଇଥାଏ । ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ । ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ,ଯେଉଁ ଲୋକମାନେ ବିଳମ୍ବରେ ଶୋଇଥାନ୍ତି ସେମାନଙ୍କ ହାର୍ଟ ଉପରେ ବହୁତ କିଛି ଖରାପ ପ୍ରଭାବ ପକାଇଥାଏ । ଏକ ରିପୋର୍ଟ ଅନୁଯାୟୀ , ବିଳମ୍ବରେ ଶୋଉଥିବା ଲୋକ ଅଧିକ ହୃଦଘାତର ସମ୍ମୁଖୀନ ହୋଇଥାନ୍ତି । ପ୍ରାୟତଃ ଏହା ବୟସ୍କ ମହିଳାମାନଙ୍କ କ୍ଷେତ୍ରରେ ଅଧିକ ଦେଖାଦେଇଥାଏ । ତେଣୁ ପ୍ରତ୍ୟେକ ଦିନ 8 ରୁ 9 ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଉଚିତ । ନିଦ୍ରାର ଅଭାବ ଯୋଗୁଁ ଷ୍ଟ୍ରେସ ବୃଦ୍ଧି ପାଇଥାଏ । ଏହା ସହ ରକ୍ତବାହୀକାରେ ରହିଥିବା ସେଲ ଗୁଡିକ ନଷ୍ଟ ହୋଇଥାଏ । ତେବେ ଠିକ ସମୟରେ ଶୋଉଥିବା ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଦେଖାଯାଏ ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହାକୁ ପରୀକ୍ଷଣ କରିବା ପାଇଁ ବୈଜ୍ଞାନିକମାନେ ଦୁଇଟି ଟିମକରି କିଛି ବ୍ୟକ୍ତିଙ୍କୁ ଭାଗ କରିଥିଲେ । ଗୋଟିଏ ଟିମ୍ ରେ ଯେଉଁମାନେ କମ ସମୟ ଶୋଉଥିଲେ । ସେମାନଙ୍କ ସହ 7 ରୁ 9 ଘଣ୍ଟା ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।
ଉଭୟ ଟିମର ବ୍ୟକ୍ତିଙ୍କର ଏଣ୍ଡୋଥେଲିଆଲ୍ ସେଲକୁ ଟେଷ୍ଟ କରାଯାଇଥିଲା । ଯେଉଁମାନେ ଠିକ ସମୟରେ ଶୋଉନଥିଲେ ବା କମ ସମୟରେ ଶୋଉଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ 78 ପ୍ରତିଶତଙ୍କ ଠାରେ ଅକ୍ସିଡେଟିଭ ଷ୍ଟ୍ରେସ ଦେଖାଯାଇଥିଲା । ସେମାନେ ସୁସ୍ଥ ରହିଲା ଭଳି ମନେ କରୁଥିଲେ । କିନ୍ତୁ ଏମାନଙ୍କ ଠାରେ ହୃଦଘାତ ହେବାର ଆଶଙ୍କା ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଥିଲେ । ନିଦ ଏହଂ ହାର୍ଟ ମଧ୍ୟରେ ସମ୍ବନ୍ଧ ଜାଣିବା ପାଇଁ ଏହା ପ୍ରଥମ ରିସର୍ଚ୍ଚ ବୋଲି କୁହାଯାଇଛି। ତେଣୁ ବିଳମ୍ବରେ ଶୋଇଲେ ଏହା ଶରୀର ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭାବିବା ଭୁଲ । ଏହି କଥା ନ ଭାବି ପ୍ରତିଦିନ 7 ରୁ 9 ଘଣ୍ଟା ଶୋଇବା ଉଚିତ ବୋଲି କୁହାଯାଇଛି ।
ଆଗକୁ ପଢନ୍ତୁ :- ମୋବାଇଲରେ ସବୁବେଳେ ଇଣ୍ଟରନେଟ୍ ଅନ୍ ରଖିଲେ ହୋଇଯାଆନ୍ତୁ ସାବଧାନ !