ମୋବାଇଲରେ ସବୁବେଳେ ଇଣ୍ଟରନେଟ୍ ଅନ୍ ରଖିଲେ ହୋଇଯାଆନ୍ତୁ ସାବଧାନ ! ନହଲେ ଆପଣ ବି ଏହି ସବୁ ସମସ୍ୟାର ସମ୍ମୁଖୀନ ହେବେ । ଆଜିକାଲିର ଅଧିକାଂଶ ଲୋକମାନେ ସ୍ମାର୍ଟଫୋନ୍ କିମ୍ବା ମୋବାଇଲରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ସେଥିଲାଗି ଏବେ ଇଣ୍ଟରନେଟ୍ ର ବ୍ୟବହାର ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି ।
ଆଜିକାଲି ଅସୀମିତ କଲ୍ ସାଙ୍ଗକୁ ଅସୀମିତ ଇଣ୍ଟରନେଟ୍ ଡାଟା ମଧ୍ୟ ମିଳିଯାଉଛି । ଏପରି ପରିସ୍ଥିତିରେ, ଲୋକମାନେ ଇଣ୍ଟରନେଟ୍ କୁ ବହୁଳ ଭାବରେ ବ୍ୟବହାର କରୁଛନ୍ତି । ନିଜ ମୋବାଇଲରେ ଲୋକମାନେ କାମ ନକଲେ ମଧ୍ୟ ମୋବାଇଲ୍ ଇଣ୍ଟରନେଟ୍ ର ଡାଟା ଅନ୍ ରଖୁଛନ୍ତି । କିନ୍ତୁ ଏହି ମୋବାଇଲ୍ ଡାଟାକୁ ସବୁବେଳେ ଅନ୍ ରଖିବା ଦ୍ୱାରା ମୋବାଇଲରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ ।ଯାହା ସିଧାସଳଖ ମୋବାଇଲ ବ୍ୟାଟେରୀକୁ କ୍ଷତି ପହଞ୍ଚାଇଥାଏ । ଯାହାଦ୍ୱାରା ମୋବାଇଲ ଫୋନ ଫାଟିବାର ଅଧିକ ସମ୍ଭାବନା ଥାଏ । ଅପରପକ୍ଷରେ ଆମେ ଆମର ମୋବାଇଲରେ ଅନେକ ପ୍ରକାରର ଆପ୍ ଡାଉନଲୋଡ୍ କରି ରଖିଥାଉ । ଏପରି ପରିସ୍ଥିତିରେ, ଯେତିକି ଆପ ଆମକୁ ଦରକାର ସେତିକି ମୋବାଇଲ ଆପ ରଖିବା ଦରକାର । ମୋବାଇଲ୍ ରେ ଲଗାତାର ଭାବରେ କାମ କଲେ ,ଏହା ଗରମ ହୋଇଯାଏ । ଯାହା ଆଦୌ ଆମ ଫୋନ ପାଇଁ ଭଲ ନୁହେଁ । ବେଳେବେଳେ ଅତ୍ୟଧିକ ଗରମ ହେତୁ ବ୍ୟାଟେରୀ ବିସ୍ଫୋରଣ ହୋଇଥାଏ। ଅତ୍ୟଧିକ ମୋବାଇଲ କୁ ବ୍ୟବହାର କଲେ ଏହା ବହୁତ ହ୍ୟାଙ୍ଗ୍ ହୋଇଥାଏ । କୌଣସି ସିଷ୍ଟମକୁ କାମ କରିବା ପରେ ବ୍ରେକ୍ ଦେବା ଆବଶ୍ୟକ ।
ସେହିପରି ମୋବାଇଲର ଅତ୍ୟଧିକ ବ୍ୟବହାର ହେତୁ ତାହା ଲଗାତାର ଚାଲୁ ରହିଥାଏ । ଏଭଳି ପରିସ୍ଥିତିରେ ଦିନରାତି ମୋବାଇଲ୍ ଡାଟା ଅନ୍ ରଖି ମୋବାଇଲ୍ ଆପ୍ ଲଗାତାର ଭାବରେ ଅନେକ ଆପ୍, ବ୍ରାଉଜର, ସୋସିଆଲ୍ ସାଇଟ୍ ଇତ୍ୟାଦି କାରଣରୁ ମୋବାଇଲର ସିଷ୍ଟମ ଲଗାତାର ଭାବରେ ବ୍ୟସ୍ତ ରହିଥାଏ । ଏହି କାରଣରୁ ମୋବାଇଲ୍ ହ୍ୟାଙ୍ଗ ହେବାର ଆଶଙ୍କା ରହିଥାଏ । ଯେତେବେଳେ ମୋବାଇଲ୍ ଡାଟା ଅନ୍ ରହିଥାଏ, ଲଗାତାର ବ୍ୟବହାର ଯୋଗୁ ସିଷ୍ଟମ୍ ଗରମ ହୋଇଯାଏ । ଏହି କାରଣରୁ ବ୍ୟାଟେରୀ ସେଲଗୁଡ଼ିକ ମଧ୍ୟ ଦୁର୍ବଳ ହେବାକୁ ଲାଗିଥାଏ । ଏହି କାରଣରୁ ଯେତେବେଳେ ମୋବାଇଲକୁ ଚାର୍ଜିଂରେ ବସାଯାଏ । ଏହା ଅଧିକ ଗରମ ହେବା କାରଣରୁ ଧୀରେ ଧୀରେ ଚାର୍ଜ ହୋଇଥାଏ । ଏହି କାରଣରୁ ମୋବାଇଲର ବ୍ୟାଟେରୀ ବହୁତ କମ ଦିନ ଯାଏଁ ଚାଲିଥାଏ ।
ଆଗକୁ ପଢନ୍ତୁ :- ପୁଣି କ୍ରିପଟୋ ନାରେ ସାଇବର ଠକେଇ