ପୁଣି କ୍ରିପଟୋ ନାରେ ସାଇବର ଠକେଇ । ଲୁଟି ନେଇଗଲେ ଏକ କୋଟିରୁ ଅଧିକ ଟଙ୍କା । ସୂଚନା ଅନୁସାରେ , କ୍ରିପଟୋ ନାରେ ଏକ କୋଟିରୁ ଅଧିକ ଟଙ୍କା ଲୁଟିନେଲେ ସାଇବର ଠକ । ଜମା ଟଙ୍କା ୪୫ ଦିନରେ ଡବଲ ହେବ ବୋଲି କହିଥିଲେ । ଏକକାଳୀନ ୧୨ ହାଜର ଟଙ୍କା ଦେଲେ ଲକ୍ଷାଧିକ ଟଙ୍କା ପାଇବ । ଯିଏ ଯେତେ ଜମାକାରୀ ଆଣି ଦେବ ସିଏ ସେତେ ଅଧିକ କମିଶନ ପାଇବ । ଶହ ଶହ ଲୋକଙ୍କୁ ଏମିତି କିଛି ଲୋଭନୀୟ କଥା କହି ଫସାଇଛି କ୍ରିପ୍ଟୋ କରେନ୍ସୀ ଜମାକାରୀ ସଂସ୍ଥା ଟିବିଶିରେ କାମ କରୁଥିବା ରବୀନ୍ଦ୍ର ବିଶୋଇ । ଏମିତି କିଛି କଥା କହି କୋଟି କୋଟି ଟଙ୍କା ଲୁଟିନେଇଛି । ଜଣେ ମହିଳାଙ୍କୁ ନିଜ ପତ୍ନୀ ଭାବେ ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଜରିଆରେ ଲକ୍ଷାଧିକ ଟଙ୍କା ଠକିନେଉଥିଲେ । ଅଧିକ ଟଙ୍କା ପାଇବା ଆଶାରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରି ଠକେଇର ଶିକାର ହୋଇଥିବା ଜମାକାରୀ ଶେଷରେ ଅର୍ଥନୈତିକ ଅପରାଧ ଶାଖା ତଥା ଇଓଡବ୍ଳଲୁ ରେ ଅଭିଯୋଗ କରିଛନ୍ତି । ସାରା ଭାରତ ବର୍ଷରେ କିଛି ଠକେଇ ସଂସ୍ଥା ଶହ ଶହ କୋଟି ଟଙ୍କା ଠକି ନେଇଥିବାର ଅଭିଯୋଗ ହୋଇଛି । ତେବେ ଏହା ଭିତରେ ଠକେଇର ଶୀକାର ହୋଇଥିବା ଲୋକମାନେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।
ଆଗକୁ ପଢନ୍ତୁ :- ନଦୀ ପଠାରୁ ମିଳିଲା ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ