ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଉତ୍ତର ପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡରରେ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିସାଇଲ ନିର୍ମାଣ ୟୁନିଟ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ବ୍ରହ୍ମୋସର ଶକ୍ତି ବିଷୟରେ ସେ ବାଖ୍ୟା କରି କହିଛନ୍ତି, 'ବ୍ରହ୍ମୋସ କେବଳ ଏକ ଅସ୍ତ୍ର ନୁହେଁ, ଏହା ନିଜେ ଏକ ବାର୍ତ୍ତା'.. ଏହା ବିଶ୍ୱର ସବୁଠାରୁ ଦ୍ରୁତତମ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ମଧ୍ୟରୁ ଗୋଟିଏ।' ଆମର ସଶସ୍ତ୍ର ବାହିନୀର ଶକ୍ତି, ଆମର ଶତ୍ରୁମାନଙ୍କ ପ୍ରତି ଆମର ପ୍ରତିରୋଧ ଏବଂ ଆମର ସୀମା ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାର’।
ଉଦଘାଟନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ‘ମୁଁ ଆପଣଙ୍କ ସହିତ କଥା ହୋଇ ବହୁତ ଖୁସି। ମୁଁ ଏଥିରେ ବ୍ୟକ୍ତିଗତ ଭାବରେ ଯୋଗ ଦେବାକୁ ଚାହୁଁଥିଲି। କିନ୍ତୁ, ଆପଣ ଜାଣନ୍ତି ମୁଁ କାହିଁକି ଆସିପାରିଲି ନାହିଁ। ଆମେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହେଉଛୁ, ତାହା ଦୃଷ୍ଟିରୁ ମୋ ପାଇଁ ଦିଲ୍ଲୀରେ ରହିବା ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ, ମୁଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣଙ୍କ ସହିତ ସଂଯୋଗ କରୁଛି..." ସେ ଆହୁରି କହିଛନ୍ତି ଯେ ଏହି ଉତ୍ପାଦନ ୟୁନିଟ୍ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିବ ଏବଂ ଆତ୍ମନିର୍ଭରଶୀଳ ଭାରତ ଦିଗରେ ଆଉ ଏକ ଦୃଢ଼ ପଦକ୍ଷେପ।
୩୦୦ କୋଟି ଟଙ୍କାର ଅତ୍ୟାଧୁନିକ ସୁବିଧା ପ୍ରତିବର୍ଷ ୮୦ ରୁ ୧୦୦ ବ୍ରହ୍ମୋସ ମିସାଇଲ୍ ଉତ୍ପାଦନର କ୍ଷମତା ରଖିଥାଏ । ବ୍ରହ୍ମୋସ ୨୯୦ ରୁ ୪୦୦ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର ସାମର୍ଥ୍ୟ ରଖେ ଏବଂ ଏହାର ଗତି ୨.୮ ସ୍ପିଡରେ ପହଞ୍ଚିଥାଏ । ‘ଫାୟାର ଆଣ୍ଡ୍ ଫରଗେଟ୍’ ସିଷ୍ଟମରେ କାମ କରି ସ୍ଥଳ,ଜଳ ଏବଂ ଆକାଶରୁ ମଧ୍ୟ ଏହାକୁ ଲଞ୍ଚ୍ କରାଯାଇପାରିବ।