ରାୟପୁର: ଛତିଶଗଡ଼ର ରାଜଧାନୀ ନିକଟ ରାୟପୁର-ବାଲୋଦାବଜାର ରୋଡର ସାରାଗାଁ ନିକଟରେ ଟ୍ରକ୍ ଏବଂ ଟ୍ରଲର ଧକ୍କା ହୋଇଛି, ଯେଉଁଥିରେ ୯ଜଣ ମହିଳା ଓ ୪ ଜଣ ଶିଶୁଙ୍କର ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହି ଲୋକମାନେ ବାନା ବନସାରିରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି। ରାୟପୁର ଏସପି ଲାଲ ଉମ୍ମେଦ ସିଂହ ଏହି ସୂଚନା ଦେଇଛନ୍ତି।
ରାୟପୁର ଏସ୍ପି ଲାଲ ଉମ୍ମେଦ ସିଂହ କହିଛନ୍ତି, ଚତୌଡ ଗାଁର କିଛି ଲୋକ ଛତି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବନସାରି ଗାଁକୁ ଯାଇଥିଲେ। କାର୍ଯ୍ୟକ୍ରମ ସରିବା ପରେ ସେମାନେ ଫେରୁଥିଲେ। ଏହି ସମୟରେ ରାୟପୁର-ବାଲୋଦାବଜାର ରାସ୍ତା ନିକଟରେ ଦୁର୍ଘଟଣା ଘଟିଥିଲା। ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।"
ରାୟପୁର ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ, ଚତୌଡ ଗାଁର ଏକ ପରିବାର ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବନସାରି ଗାଁକୁ ଆସିଥିଲେ। ଫେରୁଥିବା ସମୟରେ, ଖରୋରା ଥାନା ଅଞ୍ଚଳର ସାରାଗାଁ ନିକଟରେ ତାଙ୍କ ଟ୍ରଲରଟି ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ଜଣ ଶିଶୁ ଏବଂ ନଅ ଜଣ ମହିଳା ସାମିଲ ଅଛନ୍ତି।
ଅଧିକ ପଢ଼ନ୍ତୁ: କରାଚି ଉପରେ ହମଲା କରିବାକୁ ପୂରା ପ୍ରସ୍ତୁତ ଥିଲେ ଭାରତୀୟ ନୌସେନା