ନୂଆଦିଲ୍ଲୀ: ଅସ୍ତ୍ରବିରତିପ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ ପାଇଛି । ପହଲଗାମ ଆତଙ୍କୀ ହମଲା ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା । ଏହା ପରେ ହତାଶ ପାକିସ୍ତାନ ଭାରତ ଉପରେ ଆକ୍ରମଣ ଉଦ୍ୟମ କରିବାରୁ ଯୁଦ୍ଧ ସ୍ଥିତି ଉପୁଜିଥିଲା । ରବିବାର ଅପରେସନ ସିନ୍ଦୂର ବିଷୟରେ ସାମ୍ବାଦିକ ସମ୍ମିଳନୀରେ ନୌସେନା ପକ୍ଷରୁ ବଡ ଖୁଲାସା କରାଯାଇଛି ।
ରବିବାର ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ନୌସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ନୌସେନା କରାଚି ସହିତ ପାକିସ୍ତାନର ଅନେକ ଲକ୍ଷ୍ୟକୁ ନିଶାଣ କରିବାକୁ ପ୍ରସ୍ତୁତ ଥିଲେ । ଭାଇସ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଆମର ନୌସେନା ସଂପୂର୍ଣ୍ଣ ଭାବେ କରାରି ବନ୍ଦର ଓ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ । କେବଳ ସରକାରଙ୍କ ନିର୍ଦ୍ଦେଶର ଅପେକ୍ଷାରେ ଥିଲେ ।
ଡିରେକ୍ଟର ଜେନେରାଲ ଅଫ ନାଭାଲ୍ ଅପରେସନ(ଡିଜିଏନଓ) ଭାଇସ୍ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଭାରତୀୟ ନୌସେନା ମେ ୯ ରାତିରେ ଆରବ ସାଗରରେ ପାକିସ୍ତାନର ସମୁଦ୍ରୀ ସୀମାରୁ ଏହାର ଗୁରୁତ୍ଵପୂର୍ଣ୍ଣ ପ୍ରତିଷ୍ଠାନ, କରାଚି ବନ୍ଦର ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଧ୍ଵଂସ କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିଲେ। କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶର ଅପେକ୍ଷାରେ ଥିଲା ନୌସେନା।
ଭାଇସ୍ ଆଡମିରାଲ ଏଏନ ପ୍ରମୋଦ କହିଛନ୍ତି, ଏପ୍ରିଲ ୨୨ରେ ପାକିସ୍ତାନର ପୁଷ୍ଠପୋଷକରେ ଜମ୍ମୁ-କାଶ୍ମୀରର ପହଲଗାମରେ ନିର୍ଦ୍ଦୋଷ ପର୍ୟ୍ୟଟକଙ୍କ ଉପରେ ହମଲା କରାଗଲା। ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନୀ ଘଟିଥିଲା । ଏହା ପରେ ନୌସେନା ନିଜର ଯବାନ, ଯୁଦ୍ଧପୋତ, ବୁଡ଼ାଜାହାଜ ଓ ଲଢୁଆ ବିମାନକୁ ତୁରନ୍ତ ତତ୍ପରତାର ସହିତ ସମୁଦ୍ରରେ ମୁୟତନ କରାଯାଇଥିଲା। ଭାରତୀୟ ନୌସେନା ଆତଙ୍କବାଦୀ ହମଲାର ୯୬ ଘଣ୍ଟା ଭିତରେ ଆରବ ସାଗରରେ ନିଜର ଅସ୍ତ୍ରଶସ୍ତ୍ର ଓ ଲଢୁଆ ଜାହାଜକୁ ଆରବ ସାଗରରେ ଶତ୍ରୁ ବିରୋଧରେ ନିର୍ଣ୍ଣାୟକ କାର୍ୟ୍ୟାନୁଷ୍ଠାନ ପାଇଁ ମୁତୟନ କରିଥିଲା।